ବଣରେ କଲରାପତ୍ରିଆ ବାଘକୁ ଡରାଇ ଘଉଡ଼ାଇ ଦେଲା ବୁଲା କୁକୁର: ଦେଖନ୍ତୁ ଭିଡିଓ

ଜୟପୁର: ମାର୍ଚ ୨୦୧୭ରେ କଲରାପତ୍ରିଆ ସଫାରି ପାର୍କ ହୋଇଥିବା ରାଜସ୍ଥାନ ଅନ୍ତର୍ଗତ ଝଲଣ ଫରେଷ୍ଟ୍‍ ରିଜର୍ଭର କାଦୁଆ ରାସ୍ତାରେ ବୁଲିବା ବେଳେ ବଣରେ ଥିବା ମନ୍ଦିର ପାଖରେ ରହୁଥିବା ଗୋଟାଏ ବୁଲା କୁକୁର ମଙ୍ଗଳବାର ସକାଳେ ଖାଲି କଲରାପତ୍ରିଆ ଆକ୍ରମଣରୁ ବର୍ତ୍ତିନାହିଁ, ବରଂ ସେ ଦୁଇ ବର୍ଷିଆ ବାଘକୁ ଡରାଇ ବୁଦା ଗହଣକୁ ପଠାଇ ଦେଇଛି।

ସମଗ୍ର ଘଟନାର ଭିଡିଓ ଟ୍ରାକ୍‌ ନମ୍ବର ୨ରେ ଗାଡ଼ି ବନ୍ଦ କରି ଅଟକି ଥିବା ଦଳେ ପର୍ଯ୍ୟଟକଙ୍କ ଦ୍ୱାରା ଉତ୍ତୋଳିତ ହୋଇଛି। ସେମାନେ ସ୍ଥାନୀୟ ଗାଇଡ୍‌ଙ୍କ ଦ୍ୱାରା ନାମିତ ହୋଇଥିବା କଲରାପତ୍ରିଆ ବାଘ ’ଜୁଲେଟ୍‌’କୁ ବୁଦା ପାଖରେ ଦେଖି ଅଟକି ଯାଇଥିଲେ।


Courtesy of TOI

ପର୍ଯ୍ୟଟକଙ୍କୁ ନେଇ ଯାଇଥିବା ଜିପ୍‌ସି ଗାଡ଼ିର ଚାଳକ ବେଦ ପ୍ରକାଶ କହନ୍ତି: କଲରାପତ୍ରିଆକୁ ଦେଖି ଆମ ଗାଡ଼ି ଅଟକିବା ଅଳ୍ପ କେଇ ମିନିଟ ହୋଇଥାଏ। ତାକୁ ଦେଖି ଆମେ ନିଜକୁ ବଡ଼ କପାଳିଆ ମନେକରି ଆଗକୁ ଆହୁରି କିଛି ଦେଖିବୁ ବୋଲି ପୁଲକିତ ହୋଇ ଉଠିଥାଉ। ହଠାତ୍‌ କୁଆଡୁ ଗୋଟାଏ କୁକୁର ଛୋଟେଇ ଛୋଟେଇ ଟ୍ରାକ୍‌ ଉପରେ ଆସିଲା, ସତେ ଅବା ଆମର ପରିଚିତ। ଆମେ କୌଣସି ପ୍ରତିକ୍ରିୟା ନ ଦେଖାଇବାରୁ ସେ ଆମ ଗାଡ଼ିସାମ୍ନାରେ ମୁଣ୍ଡୁଳାମାରି ବସିଲା। ପାଖରେ କଲାପତ୍ରିଆ ବାଘ ଅଛି ବୋଲି ସେ ପର୍ଯ୍ୟନ୍ତ ତାକୁ ମାଲୁମ ନ ଥାଏ।

ପ୍ରାୟ ୧୦ ଫୁଟ୍‌ ଦୂରରେ ଗୋଟାଏ ବୁଦାରେ ଛପିଥିବା କଲରାପତ୍ରିଆଟି କୁକୁର ଉପରକୁ ଲମ୍ଫ ମାରିଲା। ମୁହୂର୍ତ୍ତକ ଲାଗି କୁକୁରଟି ଶାଙ୍କୁଡ଼ି ହୋଇଗଲା। ଲାଙ୍ଗୁଡ଼ ଜାକି ରଖିଥିଲେ ବି ସେ କଲରାପତ୍ରିଆ ବାଘକୁ ଚାହିଁ ଭୁକି ଚାଲିଥାଏ। କଲରାପତ୍ରିଆ ଏଥର ଚୁପ୍‌ ହୋଇ ଟ୍ରାକ୍‌ ପାଖରେ ଠିଆ ହେଲା ଓ ଧୀରେ ଧୀରେ ବୁଦା ଭିତରକୁ ଅପସରି ଗଲା।

ପରିଚିତ ଜିପ୍‌ସି ଚାଳକ ଏବଂ ଦୟାଳୁ ପର୍ଯ୍ୟକଟମାନେ କୁକୁରଟିକୁ ସାଥିରେ ନେଇ ଫରେଷ୍ଟ୍‍ ଚେକ୍‌ ପୋଷ୍ଟ୍‍ ନିକଟରେ ଥିବା ତା’ ବସାରେ ଛାଡ଼ିଦେବାକୁ ଠିକ୍‌ କରି ନିରାପଦରେ ପାର୍କ ବାହାରକୁ ନେଇଗଲେ।

ସମ୍ବନ୍ଧିତ ଖବର