କରୋନା ପ୍ରତିଷେଧକ ଟିକାର ପରୀକ୍ଷଣ ବେଳେ ସ୍ବେଚ୍ଛାସେବୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ବରେ ମହାମାରୀ କରୋନାଭାଇରସର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂକ୍ରମଣକୁ ହ୍ରାସ କରିବା ପାଇଁ କରୋନା ଟିକା ଏବେ ପ୍ରସ୍ତୁତି ପର୍ଯ୍ୟାୟ‌‌ରେ ରହିଛି। ତେବେ ନିକଟରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା ଦ୍ୱାରା ବିକଶିତ କରାଯାଉଥିବା କରୋନା ପ୍ରତିଷେଧକ ଟିକାର କ୍ଲିନିକାଲ ପରୀକ୍ଷଣ ଦ୍ବାରା ଜଣେ ସ୍ବେଚ୍ଛାସେବୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏଥିସହିତ ବ୍ରାଜିଲର ସ୍ବାସ୍ଥ୍ୟ ଏଜେନ୍ସି ଏନଭିସା ପରୀକ୍ଷଣ ଜାରି ରଖିବାକୁ ଘୋଷଣା କରିଛି। ବ୍ରାଜିଲରେ ବିଭିନ୍ନ ଟିକାର ପରୀକ୍ଷଣ ତଦାରଖ କରୁଥିବା ନ୍ୟାସନାଲ ହେଲଥ ସର୍ଭେଲାନ୍ସ ଏଜେନ୍ସି ପକ୍ଷରୁ ଏହି ସୂଚନା ମିଳିଛି।

ତେବେ, ମୃତ ସ୍ବେଚ୍ଛାସେବୀଙ୍କୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ ଟିକା ଦିଆଯାଇଥିଲା କି ନାହିଁ ତାହା ସ୍ପଷ୍ଟ ହୋଇ ପାରି ନାହିଁ। ମୃତ୍ୟୁର କାରଣ ଜାଣିବାକୁ ଏକ ସ୍ୱତନ୍ତ୍ର କମିଟି ତଦନ୍ତ କରାଯିବ ବୋଲି କୁହାଯାଇଛି।

इस देश में Covid-19 Vaccine परीक्षण के दौरान वॉलंटियर की मौत, जारी रहेगा ट्रायल
ଉଲ୍ଲେଖଯୋଗ୍ୟ, ଗତମାସରେ କୋଭିସିଲଡ୍ ଟିକାର କ୍ଲିନକାଲ ପରୀକ୍ଷଣ ବେଳେ ଟିକା ନେଇଥିବା କିଛି ସ୍ବେଚ୍ଛାସେବୀ ଅସୁସ୍ଥ ହୋଇ ପଡିବାରୁ ଏହାର ପରୀକ୍ଷଣକୁ ସ୍ଥଗିତ ରଖାଯାଇଥିଲା । ବ୍ରାଜିଲ, ଦକ୍ଷିଣ ଆଫ୍ରିକା, ଜାପାନ, ବ୍ରିଟେନ ସହ ଭାରତରେ ଏହାର ପରୀକ୍ଷଣ ଏବେ ଚାଲୁ ରହିଥିବାବେଳେ ଆମେରିକାରେ ଏହି ଟିକାର ପରୀକ୍ଷଣ ସ୍ଥଗିତ ରହିଛି । ସେହିପରି ଲଣ୍ଡନର ଅକ୍ସଫୋର୍ଡ ୟୁନିଭରସିଟି ମଧ୍ୟ ସ୍ପଷ୍ଟ କରିଛି ଯେ ଟିକା ଆଷ୍ଟ୍ରାଜେନେକା ପାଇଁ ପରୀକ୍ଷା ଜାରି ରହିବ।

ସମ୍ବନ୍ଧିତ ଖବର