ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦର୍ଶାଯାଇଛି ଯେ ହାତୀଟିଏ ମାତ୍ର ୩୮ ସେକେଣ୍ଡରେ ଏକ ଗଛକୁ ଉପାଡି ଦେଇଛି। ଏହି ଭିଡିଓଟି ପ୍ରଥମେ ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦ ଟ୍ୱିଟରରେ ସେୟାର କରିଥିଲେ, ଯାହା ପରେ ଏହା ଭାଇରାଲ ହୋଇଥିଲା। ଏହି ୩୮ ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳିଛି ଯେ ହାତୀଟି ନିଜର ଏତେ ଶକ୍ତି ଲଗାଇଦେଇଥିଲା ଯେ, ଗଛଟି ଉପୁଡି ଯାଇଥିଲା | ତେବେ ହାତୀଟି କାହିଁକି ଗଛକୁ ଉପାଡି ଦେଲା ? ବୋଲି ଲୋକମାନେ ସୋସିଆଲ ମିଡିଆରେ ପ୍ରଶ୍ନ କରିବା ଆରମ୍ଭ କରିଥିଲେ |
ଆଉ ଏହାର ଉତ୍ତରରେ ଅନ୍ୟ ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି ଯେ ହାତୀ ସବୁଜ ପତ୍ର ଖାଇବା ପାଇଁ ଗଛ ଉପରେ ଚଢ଼ିବାକୁ ଚାହୁଁଥିଲା... କିନ୍ତୁ ଯେତେବେଳେ ସେ ଚଢି ପାରିନଥିଲା ଓ ହାତୀର ଶୁଣ୍ଢ ଦଳ ଯାଏଁ ପହଂଚିପାରିନଥିଲା, ସେତେବେଳେ କ୍ରୋଧାନ୍ୱିତ ହୋଇ ହାତୀଟି ଗଛକୁ ସମ୍ପୂର୍ଣ୍ଣ ଉପାଡ଼ିଦେଇଥିଲା |
Strength of an African bull.
Source:Life & Nature pic.twitter.com/4V63TTYdSk— Susanta Nanda IFS (@susantananda3) December 25, 2020
ଯାହା ଦ୍ୱାରା ଗଛର ପତ୍ରକୁ ଆରାମରେ ଖାଇ ପାରିବ। ଜଣେ ୟୁଜର୍ସ ହାତୀର ଏହି ଶକ୍ତି ଦେଖି ଏହାକୁ ଜେସିବି ମେସିନ୍ ସହିତ ତୁଳନା କରିଥିଲେ। ସୂଚନା ଥାଉ କି ଏହି ଭିଡିଓଟି ନିର୍ଦ୍ଦିଷ୍ଟ କେଉଁଠୁ ଆସିଛି, ଏହା ସ୍ପଷ୍ଟ ହୋଇନାହିଁ | କିନ୍ତୁ ଏହି ହାତୀଟି ଆଫ୍ରିକୀୟ ବୁଲ ପ୍ରଜାତିର ଯାହା ଅତି ଶକ୍ତିଶାଳୀ ବୋଲି ବିବେଚନା କରାଯାଏ |