ନୂଆଦିଲ୍ଲୀ: ଟେକ୍ନୋଲୋଜି, ପ୍ରଶିକ୍ଷଣ ଓ ଲୋକାଭିମୁଖୀ ଶାସନ ଦ୍ବାରା ଆର୍ଥିକ ନିରୀକ୍ଷଣକୁ ସୁଦୃଢ କରିବା ପାଇଁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆହ୍ବାନ ଦେଇଛନ୍ତି। ଆଜି ମହାରାଷ୍ଟ୍ର ବିଧାନ ଭବନ ଦ୍ବାରା ସଂସଦ ଏଷ୍ଟିମେଟ୍ କମିଟିର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସଂସଦ ଓ ବିଧାନସଭା ଏଷ୍ଟିମେଟ୍ କମିଟି ଅଧ୍ୟକ୍ଷଙ୍କ ଦୁଇଦିନିଆ ରାଷ୍ଟ୍ରୀୟ ଅଧିବେଶନକୁ ଉଦ୍ଘାଟନ କରି ବିର୍ଲା ସରକାରୀ ବ୍ୟୟରେ ପାରଦର୍ଶିତା ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ। ଶ୍ରୀ ବିର୍ଲା ଏଷ୍ଟିମେଟ୍ କମିଟିର ଉଲ୍ଲେଖନୀୟ ଭୂମିକାକୁ ଦର୍ଶାଇବା ସହିତ କମିଟି ରେଲ୍ୱେ, ସଚିବାଳୟ ପୁନର୍ଗଠନ, ଗଙ୍ଗାନଦୀ ପୁନରୁଜ୍ଜୀବନ ଭଳି ଅନେକ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ସୁପାରିସ ଦେଇଛି ଏବଂ ସରକାର କମିଟିର ୯୦ରୁ ୯୫ ପ୍ରତିଶତ ସୁପାରିସ ଗ୍ରହଣ କରିଥିବା କହିଥିଲେ। ଅଧିବେଶନକୁ ଅନ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ, ରାଜ୍ୟସଭା ଉପାଧ୍ୟକ୍ଷ ଶ୍ରୀ ହରିବଂଶ ସମ୍ବୋଧିତ କରିଥିଲେ।
ଆର୍ଥିକ ନିରୀକ୍ଷଣକୁ ସୁଦୃଢ଼ କରାଯାଉ: ଓମ୍ ବିର୍ଲା
ଟେକ୍ନୋଲୋଜି, ପ୍ରଶିକ୍ଷଣ ଓ ଲୋକାଭିମୁଖୀ ଶାସନ ଦ୍ବାରା ଆର୍ଥିକ ନିରୀକ୍ଷଣକୁ ସୁଦୃଢ କରିବା ପାଇଁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆହ୍ବାନ ଦେଇଛନ୍ତି। ଆଜି ମହାରାଷ୍ଟ୍ର ବିଧାନ ଭବନ ଦ୍ବାରା ସଂସଦ ଏଷ୍ଟିମେଟ୍ କମିଟିର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସଂସଦ...
/sambad/media/media_files/2025/06/24/bvgdsg-2025-06-24-05-42-31.jpg)