ନୂଆଦିଲ୍ଲୀ: ଆଫଗାନବାସୀଙ୍କ ମଙ୍ଗଳ ପାଇଁ ଆଫଗାନିସ୍ତାନରେ ତାଲିବାନ୍ ସରକାରକୁ ସୁଦୃଢ଼ ଓ ସ୍ଥାୟୀ କରିବା ପାଇଁ ଜାତିସଂଘ ସାଧାରଣ ପରିଷଦ୍ର ୭୬ତମ ଅଧିବେଶନରେ ଉଦ୍ବୋଧନ ଦେଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ବିଶ୍ବ ସମୁଦାୟକୁ କହିଛନ୍ତି।
ସେ କହିଛନ୍ତି, ମାତ୍ର ଗୋଟିଏ ଉପାୟ ହିଁ ଅଛି। ଆଫଗାନିସ୍ତାନରେ ସାମ୍ପ୍ରତିକ ସରକାରକୁ ଆମେ ସୁଦୃଢ଼ ଓ ସ୍ଥାୟୀ କରିବା ଆବଶ୍ୟକ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଲିବାନ୍ ଶାସିତ ଆଫଗାନିସ୍ତାନ ପାଇଁ ଆନ୍ତର୍ଜାତିକ ସମୁଦାୟଙ୍କ ପାଇଁ ଦୁଇଟି କଥା ରହିଛି। ବିଶ୍ବ ସେ ଦେଶକୁ ଉପେକ୍ଷା କରିପାରେ କିଂବା ସାମ୍ପ୍ରତିକ ସରକାରକୁ ସ୍ଥାୟୀ କରିପାରେ।
Image Courtesy of India Todayଜାତିସଂଘ କହିବା ଅନୁସାରେ, ଆଫଗାନିସ୍ତାନର ୫୦% ଜନତା ଦାରିଦ୍ର୍ୟ ସୀମାରେଖା ତଳକୁ ଚାଲିଯାଇଛନ୍ତି। ଏବେ ଆମେ ଆଫଗାନିସ୍ତାନକୁ ଉପେକ୍ଷା କରିବା ତେବେ, ଆଗାମୀ ବର୍ଷକୁ ୯୦% ଆଫଗାନବାସୀ ଦାରିଦ୍ର୍ୟ ସୀମାରେଖା ତଳକୁ ଚାଲିଯାଇଥିବେ। ଆଗକୁ ବିରଟ ମାନବୀୟ ସଙ୍କଟ ଆସୁଛି। ଏହାର ସାଙ୍ଘାତିକ ପରିଣାମ କେବଳ ଆଫଗାନିସ୍ତାନର ପଡ଼ୋଶୀ ରାଷ୍ଟ୍ର ନୁହେଁ, ସବୁଆଡ଼େ ଦେଖାଦେବ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅସ୍ଥିର ଏବଂ ଗୋଳମାଳିଆ ପରିସ୍ଥିତି ଯୋଗୁଁ ଆଫଗାନିସ୍ତାନ ପୁନଶ୍ଚ ଆନ୍ତର୍ଜାତିକ ଆତଙ୍କବାଦୀଙ୍କ ପାଇଁ ନିରାପଦ ସ୍ଥଳ ପାଲଟି ଯାଇ ପାରେ। ସେହି କାରଣରୁ ହିଁ ଯୁକ୍ତରାଷ୍ଟ୍ର ଆମେରିକା ଆଫଗାନିସ୍ତାନକୁ ଆସିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Accept-Taliban-Government-in-Afghanisthan_Thumbnail.jpg)