ଏସଏଫ୍‌ଜେ ବିରୋଧରେ ସରକାରଙ୍କ କଠୋର କାର୍ଯ୍ୟାନୁଷ୍ଠାନ: ଆପ୍‌, ୱେବସାଇଟ୍‌, ସୋସିଆଲ ମିଡିଆ ଆକାଉଣ୍ଟ୍‌ ନିଷିଦ୍ଧ

ନୂଆଦିଲ୍ଲୀ: ବି‌ଦେଶରୁ ନିୟନ୍ତ୍ରିତ ହେଉଥିବା ‘ପଂଜାବ ପଲିଟିକ୍ସ ଟିଭି’ର ନିଷିଦ୍ଧ ଏସଏଫ୍‌ଜେ (ଶିଖ୍‌ସ ଫର ଜ‌ଷ୍ଟିସ୍‌) ଅନୁଷ୍ଠାନ ସହ ସମ୍ପୃକ୍ତି ଥିବାରୁ ଏହି ସଂସ୍ଥାର ଆପ୍‌, ୱେବସାଇଟ୍‌ ଏବଂ ସୋସିଆଲ ମିଡିଆ ଆକାଉଣ୍ଟ୍‌କୁ କେନ୍ଦ୍ର ସରକାର ବ୍ଲକ୍‌ କରିଦେଇଛନ୍ତି। ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଉକ୍ତ ଗଣମାଧ୍ୟମ ସଂସ୍ଥା ଅନଲାଇନ୍‌ ମିଡିଆର ବ୍ୟବହାର କରି ଚଳିତ ବିଧାନସଭା ନିର୍ବାଚନରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରିଛି। ସରକାର ଗତ ୧୮ ତାରିଖରେ ପଂଜାବ ପଲିଟିକ୍ସ ଟିଭିର ଆପ୍‌ଗୁଡ଼ିକୁ ବ୍ଲକ୍‌ କରିବାପାଇଁ ଆଇଟି ନିୟମ ଅଧୀନରେ ଜରୁରୀ କ୍ଷମତାର ବ୍ୟବହାର କରିଥିଲେ ବୋଲି ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଏକ ବିବୃତି ଜାରି କରି କହିଛନ୍ତି। ବ୍ଲକ୍‌ ହୋଇଥିବା ଆପ, ୱେବସାଇଟ୍‌ ଏବଂ ସୋସିଆଲ ମିଡିଆ ଆକାଉଣ୍ଟ୍‌ର ବିଷୟବସ୍ତୁଗୁଡ଼ିକର ସାମ୍ପ୍ରଦାୟିକ ହିଂସା ସୃଷ୍ଟି କଲାଭଳି କ୍ଷମତା ଥିଲା ବୋଲି ମନ୍ତ୍ରାଳୟ କହିଛନ୍ତି।

ସମ୍ବନ୍ଧିତ ଖବର