ନୂଆଦିଲ୍ଲୀ : ଦିଲ୍ଲୀରେ ଏପ୍ରିଲ ଏବଂ ମେ ମାସରେ କରୋନାର ଦ୍ବିତୀୟ ଲହର ଶୀର୍ଷରେ ପହଞ୍ଚିଥିଲା। କରୋନାକୁ ରୋକିବା ପାଇଁ ଦିଲ୍ଲୀ ସରକାର ଲକଡାଉନ୍ ଘୋଷଣା କରିଥିଲେ। ଏଥିସହିତ ପୁଲିସ ଓ ଅନ୍ୟାନ୍ୟ କର୍ତ୍ତୃପକ୍ଷର କଡ଼ା ଆଭିମୁଖ୍ୟ ପାଇଁ କରୋନା ସଂକ୍ରମଣ କମିପାରିଥିଲା। ଏକ ସୂଚନାରୁ ଜଣାଯାଇଛି ମେ ମାସରୁ ଅଗଷ୍ଟ ମାସର ୨୫ ତାରିଖ ସୁଦ୍ଧା ଦିଲ୍ଲୀରେ ସରକାରୀ କର୍ତ୍ତୃପକ୍ଷ ୧୦୩ କୋଟି ଟଙ୍କାରୁ ଅଧିକ ପରିମାଣର ଜରିମାନା ଆଦାୟ କରିଛନ୍ତି। ଏଥିରୁ ମେ‘ ମାସରେ ପ୍ରାୟ ୧୫ କୋଟି, ଜୁନରେ ୨୫ କୋଟି, ଜୁଲାଇରେ ୩୬ କୋଟି ଏବଂ ଅଗଷ୍ଟର ପ୍ରଥମ ୨୫ ଦିନରେ ପ୍ରାୟ ୨୭ କୋଟି ଟଙ୍କାର ଜରିମାନା ଆଦାୟ କରିଛନ୍ତି। ଏଥିପାଇଁ କର୍ତ୍ତୃପକ୍ଷ ମୋଟ ୬ ଲକ୍ଷରୁ ଅଧିକ ଚାଲାଣ କାଟିବା ସହିତ ୧୭୧୯୩ଟି ମାମଲା ରୁଜୁ କରିଛନ୍ତି। ଉକ୍ତ ସମୟ ମଧ୍ୟରେ ଦିଲ୍ଲୀ ପୁଲିସ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୁଲିସ ୧ ଲକ୍ଷ ୯୭ ହଜାରରୁ ଅଧିକ ଉଲ୍ଲଂଘନ ମାମଲାକୁ ଧରିଛି। ୧୫୬୨୯ ଜଣଙ୍କୁ ଗିରଫ କରିଥିବାବେଳେ ଆଇପିସିର ୧୮୮ ଧାରାରେ ୩୪୩୮୪ଟି ମାମଲା କରିଛି।
କଠୋର କାର୍ଯ୍ୟାନୁଷ୍ଠାନ ଦିଲ୍ଲୀରେ କରୋନାକୁ କାବୁ କଲା
/sambad/media/post_attachments/wp-content/uploads/2021/09/delhi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)