ନୂଆଦିଲ୍ଲୀ : ଜାମିନ ପାଇଁ କଠିନ ସର୍ତ୍ତ ଲଗାଇବା ଜାମିନ ନାମଞ୍ଜୁର ସଦୃଶ। ଏକ ମାମଲାର ଶୁଣାଣି କରି ଏହା କହିଛନ୍ତି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏଲ୍‌. ନାଗେଶ୍ବର ରାଓ ଓ ବିଚାରପତି ଜଷ୍ଟିସ ବି.ଆର୍‌. ଗଭାଇଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ।

Advertisment

ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରା ଜାମିନ ପ୍ରଦାନ ସମ୍ବନ୍ଧିତ ଏକ ମାମଲାରେ କଠୋର ସର୍ତ୍ତ ଲଗାଯିବାକୁ ନେଇ ଏହା କହିଛନ୍ତି ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ। ଏକ ଠକେଇ ମାମଲାରେ ଜାମିନ ପାଇଁ ଜଣେ ବ୍ୟକ୍ତି ଓଡ଼ିଶା ହାଇକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ। ଜାମିନ ପାଇଁ ସଂପୃକ୍ତ ବ୍ୟକ୍ତିଙ୍କୁ ୨୦ ଲକ୍ଷ ଟଙ୍କାର ନଗଦ ରାଶି ଜମା ସହ ୨୦ ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତିର ଅମାନତ ଦାଖଲ କରିବାକୁ ହାଇକୋର୍ଟ ସର୍ତ୍ତ ଧାର୍ଯ୍ୟ କରିଥିଲେ। ହାଇକୋର୍ଟଙ୍କ ଏହି ସର୍ତ୍ତକୁ ଚାଲେଞ୍ଜ୍‌ କରି ବ୍ୟକ୍ତି ଜଣକ ସୁପ୍ରିମକୋର୍ଟରେ ଏସ୍‌ଏଲ୍‌ପି ଦାଖଲ କରିଥିଲେ। ଏହାର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଓଡ଼ିଶା ହାଇକୋର୍ଟଙ୍କ ଆଦେଶକୁ ଖାରଜ କରିଦେଇଛନ୍ତି।