ବେଜିଂ : ଚୀନରେ ପୁଣି କରୋନା ସଂକ୍ରମଣ ବଢିଚାଲିଛି । ଏହାର ମୁକାବିଲା ପାଇଁ ଚୀନ ସରକାର ଅତି କଠୋର କଟକଣା ଲାଗୁ କରୁଛନ୍ତି । ଏପରିକି ଗୋଟିଏ ସହରରେ ଜଣେ ଲୋକ ସଂକ୍ରମିତ ହୋଇଥିବା ଚିହ୍ନଟ ହେବା ପରେ ସମଗ୍ର ସହରକୁ ଲକଡାଉନ କରିଦିଆଯାଇଛି ।
ଚୀନର ଏହି ସହରଟି ହେଉଛି ହେନାନ ପ୍ରଦେଶରେ ଥିବା ଇସ୍ପାତ ନଗରୀ ଉଗାଙ୍ଗ । ଏହି ସହରର ଲୋକସଂଖ୍ୟା ୩ ଲକ୍ଷ ୨୦ ହଜାର । ଏହି ସହରରେ ଗୋଟିଏ କରୋନା ମାମଲା ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଆସନ୍ତା ୩ ଦିନ ପାଇଁ ସହରରେ କଠୋର ଲକଡାଉ ଲାଗୁ କରିଛନ୍ତି । ଆସନ୍ତା ଗୁରୁବାର ମଧ୍ୟାହ୍ନରେ ଏହି ଲକଡାଉନ କୋହଳ ହେବ । ଏହି ଲକଡାଉନ ସମୟରେ ଲୋକମାନେ ଘରୁ ବାହାରି ପାରିବେ ନାହିଁ । ପ୍ରଶାସନର ବିନା ଅନୁମତିରେ ନିଜର ଗାଡ଼ିରେ ଯାତ୍ରା କରିପାରିବେ ନାହିଁ । ଯଦି ଜରୁରୀ ହୁଏ, ତେବେ ସଂପୂର୍ଣ୍ଣ ସତର୍କତାର ସହ ଯାତ୍ରା ପାଇଁ ଅନୁମତି ଦିଆଯିବ । ଲୋକମାନଙ୍କର ଆବଶ୍ୟକ ଜରୁରୀ ସାମଗ୍ରୀ ପ୍ରଶାସନ ପକ୍ଷରୁ ଘରେ ଯୋଗାଇଦିଆଯିବ ।
କେବଳ ଏହି ସହର ନୁହେଁ, ଚୀନରେ ଏବେ ଓମିକ୍ରନ ସଂକ୍ରମଣ ବଢିଚାଲିଥିବାରୁ ଅନେକ ସହରରେ କଟକଣା ଲାଗୁ କରାଯାଇଛି । ଚୀନରେ ଏବେ ପ୍ରାୟ ୨୫ କୋଟି ଲୋକଙ୍କୁ ଲକଡାଉନରେ ରଖାଯାଇଛି । ସବୁଠାରୁ ଅଧିକ କଠୋର କଟକଣା ସାଂଘାଇରେ ଲଗାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/WhatsApp-Image-2022-07-12-at-4.50.37-PM.jpeg)