ନୂଆଦିଲ୍ଲୀ: ନୂଆଦିଲ୍ଲୀର ଜନ୍ତର ମନ୍ତରଠାରେ ଭାରତୀୟ ପ୍ରାଥମିକ ଶିକ୍ଷକ ସଂଘର ଧାରଣା ପ୍ରଦର୍ଶନ କାର୍ଯ୍ୟକ୍ରମରେ ଓଡ଼ିଶାରୁ ୨୦୦ରୁ ଅଧିକ ପ୍ରାଥମିକ ଶିକ୍ଷକ ଯୋଗ ଦେଇଥିଲେ। ଓଡ଼ିଶା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ତ୍ରିଲୋଚନ ନାୟକଙ୍କ କହିବା ଅନୁଯାୟୀ ଗତ ୬ ବର୍ଷ ହେଲା ପ୍ରାଥମିକ ଶିକ୍ଷକମାନଙ୍କର ୩ଟି ପ୍ରମୁଖ ଦାବି- ପୁରୁଣା ପେନସନ୍ ସ୍କିମ୍ ଅନୁଯାୟୀ ପେନସନ୍ ପ୍ରଦାନ କରିବା, ପ୍ରାଥମିକ ଶିକ୍ଷାପାଇଁ ଭାରତରେ ଗୋଟିଏ ସ୍କିମ୍ ଲାଗୁ କରିବା ତଥା ସପ୍ତମ ଅର୍ଥ କମସନଙ୍କ ସୁପାରିଶ ଅନୁସାରେ ଅନ୍ୟ ରାଜ୍ୟମାନଙ୍କ ଭଳି ଦରମା ପ୍ରଦାନ କରିବା ନେଇ ଦାବି କରି ଆସୁଛନ୍ତି। ସେମାନଙ୍କର ଦାବିଗୁଡ଼ିକ ଦିଲ୍ଲୀ ଦରବାରରେ ଉପସ୍ଥାପନ କରି ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବାପାଇଁ ସେମାନେ ଏଠାରେ ଆନ୍ଦୋଳନ କରିଥିବା ସେ କହିଛନ୍ତି। ଧାରଣା ଓ ପ୍ରଦର୍ଶନରେ ୨୫ଟି ରାଜ୍ୟରୁ ୫ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ ଜନ୍ତର ମନ୍ତରରେ ଏକତ୍ରିତ ହୋଇଥିଲେ।
ଜନ୍ତର ମନ୍ତରରେ ଶିକ୍ଷକ ସଂଘର ଧାରଣା, ଓଡ଼ିଶାରୁ ୨୦୦ ପ୍ରାଥମିକ ଶିକ୍ଷକ
/sambad/media/post_attachments/wp-content/uploads/2017/10/Delhi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)