ନୂଆଦିଲ୍ଲୀ: ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ନ୍ୟାୟିକ ସଂସ୍କାର ବିଲକୁ ବିରୋଧ କରି ସମଗ୍ର ଇସ୍ରାଏଲରେ ଆନ୍ଦୋଳନ ବ୍ୟାପିବାରେ ଲାଗିଛି । ସୋମବାର ପୁଣି ଆନ୍ଦୋଳନ ତୀବ୍ର ହୋଇଛି। ସେପଟେ ଭାରତରେ ଥିବା ଇସ୍ରାଏଲ ଦୂତାବାସ ଏହାର ସର୍ବବୃହତ ଶ୍ରମିକ ସଂଗଠନ ଦ୍ୱାରା ଆହ୍ୱାନ କରାଯାଇଥିବା ଧର୍ମଘଟରେ ସାମିଲ ହୋଇଛି ।
ଇସ୍ରାଏଲର ସବୁଠାରୁ ବଡ଼ ଟ୍ରେଡ୍ ୟୁନିୟନର ମୁଖ୍ୟ ଆଇଜାକ୍ ହର୍ଜୋଗ ଏହି ସୂଚନା ଦେଇଛନ୍ତି। ଇସ୍ରାଏଲର ତେଲ ଅଭିବ ବିମାନବନ୍ଦରରେ କାମ କରୁଥିବା ସବୁ କର୍ମଚାରୀ ନେତାନ୍ୟାହୁଙ୍କ ସରକାର ବିରୋଧରେ ଧର୍ମଘଟ କରିଛନ୍ତି। ଏହି କାରଣରୁ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି।
ଇସ୍ରାଏଲର ସବୁଠାରୁ ବଡ଼ ଶ୍ରମିକ ସଂଘ ସାରା ବିଶ୍ୱରେ ଥିବା ଇସ୍ରାଏଲର କୂଟନୈତିକ ଦୂତାବାସ ସମେତ ସମସ୍ତ ସରକାରୀ କର୍ମଚାରୀଙ୍କୁ ଧର୍ମଘଟ କରିବାକୁ ନିର୍ଦ୍ଦେଶ ଦେଇଛି। ଇସ୍ରାଏଲ ଦୂତାବାସ ଆଜି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ। ଭାରତ ତଥା ସମଗ୍ର ବିଶ୍ୱରେ ଥିବା ଇସ୍ରାଏଲର ସମସ୍ତ ଦୂତାବାସର ଅଧିକାରୀମାନେ ଏହାକୁ ବନ୍ଦ ନ କରିବା ପର୍ଯ୍ୟନ୍ତ ଧର୍ମଘଟରେ ରହିବେ।
ବେଞ୍ଜାମିନ ନେତାନ୍ୟାହୁ ରବିବାର ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍ ଗାଲାଣ୍ଟଙ୍କୁ ବହିଷ୍କାର କରିଛନ୍ତି। ଦେଶର ଅଦାଲତକୁ ଦୁର୍ବଳ କରିବା ପାଇଁ ଅଣାଯାଇଥିବା ବିଲ୍ ମଧ୍ୟ ସେନାକୁ ବିଭାଜିତ କରୁଛି ବୋଲି ୟୋଆଭ୍ ଶନିବାର ଏକ ଟିଭି କାର୍ଯ୍ୟକ୍ରମରେ କହିଥିଲେ । ଏହା ଦେଶର ସୁରକ୍ଷା ପ୍ରତି ବିପଦ। ସରକାର ବସି ବିରୋଧୀଙ୍କ ସହ ଆଲୋଚନା କରିବା ଦରକାର ବୋଲି ସେ କହିଥିଲେ । ଏହି ବୟାନ ପାଇଁ ତାଙ୍କୁ ବହିଷ୍କାର କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/Capture-32.png)