ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ଆଜି ସଦାଚାର କମିଟିରେ ହାଜର ହୋଇଥିଲେ ମଧ୍ୟ ଅଧାରୁ ଉଠି ପଳାଇ ଆସିଛନ୍ତି। କେବଳ ମହୁଆ ନୁହନ୍ତି, କମିଟିର ଅନ୍ୟ ବିରୋଧୀ ସଦସ୍ୟ ମଧ୍ୟ ଅଧାରୁ ବୈଠକ ସ୍ଥଳ ଛାଡ଼ି ବାହାରକୁ ପଳାଇ ଆସିଛନ୍ତି। ଲୋକସଭାର ସଦାଚାର କମିଟି ବୈଠକରୁ ଅଧାରୁ ଉଠି ପଳାଇ ଆସିଥିବା ତୃଣମୂଳ କଂଗ୍ରେସ ସାଂସଦ କମିଟି ନାମରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି କମିଟି େବୖଠକରେ ମୋର ଏକପ୍ରକାର ବସ୍ତ୍ରହରଣ କରାଯାଇଥିଲା। ଏ ନେଇ ସେ ବାଚସ୍ପତି ଓମ ବିର୍ଲାଙ୍କ ନିକଟକୁ ଏକ ଚିଠି ଲେକିଛନ୍ତି। ମହୁଆ କହିଛନ୍ତି ତାଙ୍କୁ ଅପମାନିତ କରିବା ଭଳି ବ୍ୟକ୍ତିଗତ ପ୍ରଶ୍ନ ପଚରାଯାଇଥିଲା। ସଦାଚାର କମିଟି ନିକଟରେ କୌଣସି ନୈତିକତା ନଥିଲା। ଏପରିକି ଅଧ୍ୟକ୍ଷ ତଥା ବିଜେପି ସାଂସଦ ବିନୋଦ କୁମାର ସୋନକରଙ୍କ ବିରୋଧରେ ସେ ପୂର୍ବଚିନ୍ତିତ ପାତରଅନ୍ତର ଅଭିଯୋଗ ଆଣିଛନ୍ତି। ଏଥିସହିତ ଲଗଇନ୍ ଓ ପାସୱାର୍ଡ ପ୍ରଦାନ ନେଇ କୌଣସି ଗାଇଡଲାଇନ ନାହିଁ। ଏ ସଂପର୍କରେ ସାଂସଦ ମାନଙ୍କୁ କାହିଁକି କିଛି ସୂଚନା ଦିଆଯାଉ ନାହିଁ ବୋଲି ମହୁଆ ପ୍ରଶ୍ନ କରିଛନ୍ତି।
ବିରକ୍ତ ହେବାର କାରଣ ସଂପର୍କରେ ପଚାରିବାକୁ ଦାନିଶ ଅଲ୍ଲୀ କହିଥିଲେ ଯେ କମିଟି ଅଧ୍ୟକ୍ଷ ପଚାରିଥିଲେ ରାତିରେ କାହା ସହିତ କଥା ହୁଅନ୍ତି। କ’ଣ କଥା ହୁଅନ୍ତି। ଏ କିଭଳି ସଦାଚାର କମିଟି ଯିଏ ଅନୈତିକ ପ୍ରଶ୍ନ ପଚାରଛୁ? ବିରୋଧୀ ସଦସ୍ୟମାନେ ଅଭିଯୋଗ କରିଛନ୍ତି ଯେ କମିଟି ଅଧ୍ୟକ୍ଷ ମହୁଆଙ୍କୁ ବ୍ୟକ୍ତିଗତ ଓ ଅନୈତିକ ପ୍ରଶ୍ନ ପଚାରୁଛନ୍ତି। ଯେଉଁଭଳି ଢଙ୍ଗରେ ପ୍ରଶ୍ନ ପଚରାଯାଇଥିଲା ତାହାକୁ ବିରୋଧୀ ସଦସ୍ୟମାନେ ପ୍ରଶ୍ନ କରିଛନ୍ତି। କଂଗ୍ରେସ ସଦସ୍ୟ ଏନ୍ ଉତ୍ତମ କୁମାର କରିଛନ୍ତି ଯେ ଆମେ ଦେଖିବାକୁ ପାଇଥିଲୁ ଯେ ସଦାଚାର କମିଟି ଅଧ୍ୟକ୍ଷ ମହୁଆଙ୍କୁ ମର୍ଯ୍ୟାଦାହୀନ ଏବଂ ଅନୈତିକ ପ୍ରଶ୍ନ ପଚାରିଥିଲେ। ଜେଡି (ୟୁ) ସାଂସଦ ଗିରିଧାରୀ ଯାଦବ କହିଛନ୍ତି ସେମାନେ ମହୁଆଙ୍କୁ ବ୍ୟକ୍ତିଗତ ପ୍ରଶ୍ନ ପଚାରିଥିଲେ। ବ୍ୟକ୍ତିଗତ ପ୍ରଶ୍ନ ପଚାରିବା ଅଧିକାର ତାଙ୍କର ନାହିଁ। ତେଣୁ ଆମେ ବୈଠକକୁ ଉଠି ପଳାଇ ଆସିଲୁ। ପ୍ରଶ୍ନ ପଚାରିବାର ଉଦ୍ଦେଶ୍ୟ ବୁଝାପଡ଼ୁଥିଲା ଯେ କମିଟି ଅଧ୍ୟକ୍ଷ କାହା ପକ୍ଷରୁ ପ୍ରଶ୍ନ କରୁଛନ୍ତି। ଅନ୍ୟପକ୍ଷରେ ଲୋକସଭା ସଦାଚାର କମିଟି ମୁଖ୍ୟ ବିନୋଦ ସୋନକର ଅଭିଯୋଗ କରିଛନ୍ତି ଯେ ବିରୋଧୀ ସଦସ୍ୟମାନେ ଅନୈତିକ ବ୍ୟବହାର କରିଛନ୍ତି। ମହୁଆଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଦୃଷ୍ଟି ହଟାଇବା ପାଇଁ ସେମାନେ ବୈଠକ ଛାଡ଼ି ପଳାଇଛନ୍ତି। କମିଟିର କାର୍ଯ୍ୟ ଏବଂ ମୋ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରାଯାଇଛି। ବୈଠକ ସ୍ଥଳ ଛାଡ଼ି ବାହାରକୁ ଆସିବା ସମୟରେ ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ମଧ୍ୟ ମହୁଆ ବିରକ୍ତ ହୋଇଥିଲେ। ଲାଞ୍ଚ ନେବା ଅଭିଯୋଗକୁ ମହୁଆ ଖଣ୍ଡନ କରିବା ସହିତ ବ୍ୟକ୍ତିଗତ ଶତ୍ରୁତାରୁ ଏଭଳି ଅଭିଯୋଗ କରାଯାଇଛି।