ନୂଆଦିଲ୍ଲୀ: ପଶ୍ଚିମ ଉତ୍ତର ପ୍ରଦେଶର ଶାମଲିରେ ଜଣେ ସାମ୍ବାଦିକଙ୍କୁ ଏସ୍ଏଚ୍ଓ ରାକେଶ କୁମାରଙ୍କ ନେତୃତ୍ୱରେ ଜିଆର୍ପିର ଦଳେ ପୁଲିସ ମଙ୍ଗଳବାର ରାତିରେ ମାରଧର କରିଛନ୍ତି। ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବା ସେ ସାମ୍ବାଦିକଙ୍କୁ ଦଳକଯାକ ପୁଲିସ ବିଧାଚାପୁଡ଼ା କଷି ଚାଲିଥିବା ଭିଡିଓରେ ଦେଖାଯାଉଛି।
#WATCH Shamli: GRP personnel thrash a journalist who was covering the goods train derailment near Dhimanpura tonight. He says, "They were in plain clothes. One hit my camera fell down. When I picked it up they hit&abused me. I was locked up, stripped&they urinated in my mouth" pic.twitter.com/nS4hiyFF1G
— ANI UP (@ANINewsUP) June 11, 2019
ତାଙ୍କୁ ନିର୍ଯାତନା ଦିଆଯାଇଥିବା କଥା ପରେ ସେ ସାମ୍ବାଦିକଜଣକ କହିଛନ୍ତି। ଜାତୀୟସ୍ତରର ଏକ ନିଉଜ୍ ଚାନେଲ୍ର ସମ୍ପୃକ୍ତ ସେ ସାମ୍ବାଦିକ କହନ୍ତି: ସେମାନେ ସାଦା ପୋଷାକ ପିନ୍ଧିଥିଲେ। ଜଣେ ମୋ କ୍ୟାମେରାକୁ ପିଟିଲାରୁ ତାହା ତଳେ ପଡ଼ିଗଲା। ମୁଁ ତାକୁ ଉଠାଇ ଆଣିବାରୁ ସେମାନେ ମୋତେ ମାରଧର କରିବା ସହ ଗାଳି ଦେଲେ। ମତେ ହାଜତରେ ପୂରାଇଲେ, ମୋ ପୋଷାକପତ୍ର ଓହ୍ଲାଇ ଦେଇ ମୋ ପାଟିରେ ପରିସ୍ରା କଲେ।
ମଙ୍ଗଳବାର ରାତିରେ ସେ ସାମ୍ବାଦିକଜଣକ ଧୀମନପୁରରେ ଟ୍ରେନ୍ ଧାରଣାଚ୍ୟୁତ ଖବର ସଂଗ୍ରହ କରିବାକୁ ଯାଇଥିଲେ ବୋଲି କୁହାଯାଉଛି।
ତାଙ୍କୁ ଘୋଷାରି ଘୋଷାରି ଶାମଲିର ଜିଆର୍ପି ଥାନାକୁ ନିଆଯାଇ ହାଜତରେ ରଖାଯାଇଥିଲା। ରାତି ସାରା ତାଙ୍କୁ ସେଠାରେ ଅଟକ ରଖାଯାଇଥିଲା। ତାଙ୍କୁ ଛାଡ଼ିବା ପାଇଁ ବୁଧବାର ସକାଳେ ଅର୍ଡର୍ ହୋଇଛି।
ଏବେ ସେ ସାମ୍ବାଦିକଙ୍କର ଦୁଇଟି ଭିଡିଓ ଟୁଇଟର୍ରେ ଭାଇରାଲ୍ ହୋଇଛି। ରେଳବାଇ ପୁଲିସ ଫୋର୍ସଙ୍କ ବିଷୟରେ ଗୋଟାଏ ନକାରାତ୍ମକ ଖବର ପରିବେଷଣ କରିଥିବାରୁ ଆକ୍ରୋଶ ରଖି ତାଙ୍କୁ ନିର୍ଯାତନା ଦିଆଯାଇଥିବା କଥା ସେ ତାଙ୍କ ସହକର୍ମୀମାନଙ୍କୁ କହିଛନ୍ତି।
ଏସ୍ଏଚ୍ଓ ରାକେଶ କୁମାର ଏବଂ କନେଷ୍ଟବଳ ସୁନୀଲ କୁମାରଙ୍କୁ ନିଲମ୍ବନ କରାଯାଇ ପୁଲିସ ଲାଇନ୍କୁ ପଠାଯାଇଛି।