ଦକ୍ଷିଣ ଜାପାନରେ ୬. ୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ; ସୁନାମି ଆଶଙ୍କା ନାହିଁ

ଟୋକିଓ: ଶୁକ୍ରବାର ଦିନ ଦକ୍ଷିଣ ଜାପାନରେ ୬. ୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି, କିନ୍ତୁ ସୁନାମି ଆଶଙ୍କା ନାହିଁ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ଜିଓଲୋଜିକାଲ୍‌ ସର୍ଭେ ଏବଂ ଜାପାନୀ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।

ସକାଳ ପ୍ରାୟ ୮: ୪୮ (ଗୁରୁବାର) ପ୍ରଶାନ୍ତ ମହାସାଗର ଜଳରାଶି ମଧ୍ୟରେ ମିୟାଜାକି ସହରର ପୂର୍ବ-ଦକ୍ଷିଣପୂର୍ବ ଠାରୁ ୪୦ କିଲୋମିଟର୍‌ ଦୂରରେ ଭୂଗର୍ଭର ୨୪ କିଲୋମିଟର୍‌ ଅଭ୍ୟନ୍ତରରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ବୋଲି ଜଣାପଡ଼ିଛି।

ଜାପାନ ପାଣିପାଗ ଏଜେନ୍‌ସି କହିଛି ଯେ ସୁନାମି କ୍ଷୟକ୍ଷତି ସଂକ୍ରାନ୍ତ ଆଶଙ୍କା ନାହିଁ।

ଭୂମିକମ୍ପ ହେବା ସମୟରେ ପାଣିପାଗ ଏଜେନ୍ସି ମିୟାଜାକି ସମେତ ଦକ୍ଷିଣ କ୍ୟୁସୁ ଅଞ୍ଚଳର ପରିସ୍ଥିତି ବିଷୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରିବାକୁ ସର୍ବସାଧାରଣଙ୍କ ଲାଗି ସମ୍ବାଦ ପରିବେଶଣ କରୁଥିବା ‘ଏନ୍‌ଏଚ୍‌କେ’କୁ ଜରୁରୀକାଳୀନ ସତର୍କତା ଜାରି କଲା।

ପ୍ରଥମ କମ୍ପନ ପରେ ସକାଳ ୯: ୦୭ରେ ୫. ୧ ତୀବ୍ରତାସମ୍ପନ୍ନ ଆଉ ଏକ କମ୍ପନ ସେହି ଏକା ଅଞ୍ଚଳରେ ଅନୁଭୂତ ହୋଇଥିଲା ବୋଲି ୟୁଏସ୍‌ ଜିଓଗ୍ରାଫିକାଲ୍‌ ସୋସାଇଟି କହିଛି।

ମିୟାଜାକି ଏବଂ ଏହାର ଚତୁର୍ପାଶ୍ୱସ୍ଥ ଅଞ୍ଚଳରେ କୌଣସି କ୍ଷୟକ୍ଷତି ହୋଇ ନାହିଁ ବୋଲି ସ୍ଥାନୀୟ ଗଣମାଧ୍ୟମ କହିଛି।

ସମ୍ବନ୍ଧିତ ଖବର