ନୂଆଦିଲ୍ଳୀ: ଥରିଲା ଉତ୍ତର ଭାରତ । ଦିଲ୍ଲୀ-ଏନସିଆର ଓ ବିହାର ସମେତ ଦେଶର ଅନେକ ସ୍ଥାନରେ ସକାଳୁ ଭୂମିକମ୍ପ ଅନୁଭୁତ ହୋଇଛି । ସକାଳ ୬ଟା ୪୦ରେ ଦିଲ୍ଲୀ-ଏନସିଆର, ମଧ୍ୟପ୍ରଦେଶ ଏବଂ ବିହାରର ପାଟନା, ମୁଜାଫରପୁର ଏବଂ ଉତ୍ତର ଭାରତର ଅନ୍ୟାନ୍ୟ ସ୍ଥାନରେ ସକାଳେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଦିଲ୍ଲୀ, ନୋଏଡା, ଗାଜିଆବାଦ ସମେତ ଏନସିଆର ଅଞ୍ଚଳରେ ରହୁଥିବା ଲୋକମାନେ ଭୂକମ୍ପ ଯୋଗୁ ଘର ବାହାରକୁ ବାହାରି ଆସିଥିଲେ।
ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଉତ୍ତର ଭାରତର ଅନେକ ସହରରେ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ରହିଛି । ବର୍ତ୍ତମାନ ସୁଦ୍ଧା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୧ ରହିଛି । ସୂଚନା ଅନୁସାରେ ନେପାଳ, ଚୀନରେ ମଧ୍ୟ ଭୁମିକମ୍ପର ଝଟକା ଅନୁଭୁତ ହୋଇଛି ।
ଦିଲ୍ଲୀ-ଏନସିଆର ଓ ବିହାର ସମେତ ଦେଶର ଅନେକ ସ୍ଥାନରେ ସକାଳୁ ଭୂକମ୍ପ ଅନୁଭୁତ
ଥରିଲା ଉତ୍ତର ଭାରତ । ଦିଲ୍ଲୀ-ଏନସିଆର ଓ ବିହାର ସମେତ ଦେଶର ଅନେକ ସ୍ଥାନରେ ସକାଳୁ ଭୂମିକମ୍ପ ଅନୁଭୁତ ହୋଇଛି । ସକାଳ ୬ଟା ୪୦ରେ ଦିଲ୍ଲୀ-ଏନସିଆର, ମଧ୍ୟପ୍ରଦେଶ ଏବଂ ବିହାରର ପାଟନା, ମୁଜାଫରପୁର ଏବଂ ଉତ୍ତର ଭାରତର ଅନ୍ୟାନ୍ୟ ସ୍ଥାନରେ ସକାଳେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି ।
/sambad/media/media_files/2025/01/07/bGHLDBfET725rBbqYxp7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)