ଫିଲିପାଇନ୍ସରେ ୬.୬ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଶଙ୍କା ନାହିଁ

ମାନିଲା : ମଙ୍ଗଳବାର ସକାଳେ ଦକ୍ଷିଣପୂର୍ବ ଏସୀୟ ଦେଶ ଫିଲିପାଇନ୍ସରେ ଏକ ଭୂକମ୍ପ ଅନୁଭୂତ ହୋଇଛି । ରିଚର ସ୍କେଲରେ ଏହାର ତୀବ୍ରତା ୬.୬ ଥିଲା ବୋଲି ଜଣାପଡିଛି । ଏହି ଭୂମିକମ୍ପର କେନ୍ଦ୍ର ମାନିଲାଠାରୁ ୯୭୨ କିମି ଉତ୍ତର-ପୂର୍ବରେ ଥିବା କୋଟାବାଟୋ ରାଜ୍ୟର ଟୁଲୁନାନ ସହର ବୋଲି ଫିଲିପାଇନ୍ସର ଜାତୀୟ ଭୂକମ୍ପ ଓ ଆଗ୍ନେୟଗିରି ବିଜ୍ଞାନ ସଂସ୍ଥାନ ପକ୍ଷରୁ କୁହାଯାଇଛି । ତେବେ ଏହା ଯୋଗୁଁ ସୁନାମୀ ଆସିବାର କୌଣସି ଆଶଙ୍କା ନାହିଁ ବୋଲି ସଂସ୍ଥାନ ପକ୍ଷରୁ କୁହାଯାଇଛି । ସ୍ଥାନୀୟ ସମୟ ସକାଳ ୯ଟା (ଭାରତୀୟ ସମୟ ସକାଳ ୬ଟା ୩୦ ମିନିଟ) ବେଳେ ଏହି ଭୂମିକମ୍ପ ଆସିଥିବା ଜଣାଯାଇଛି ।
ଏହି ଘଟଣାରେ ମୃତାହତ ସଂଖ୍ୟା ଓ କ୍ଷୟକ୍ଷତି ପରିମାଣ ସଂପର୍କରେ ଜଣାପଡିନାହିଁ । ତେବେ ଟୁଲୁନାନ ସହରରେ ଥିବା ଏକ ସ୍କୁଲର ଛାତ ଭୁଷୁଡିପଡିବାରୁ କେତେକ ଛାତ୍ରଛାତ୍ରୀ ଆହତ ହୋଇଥିବା ଖବର ମିଳିଛି । ପ୍ରାୟ ସପ୍ତାହକ ତଳେ ଏକ ବଡ଼ ଧରଣର ଭୂମିକମ୍ପ ହୋଇ ଫିଲିପାଇନ୍ସରେ ୭ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ ।

ସମ୍ବନ୍ଧିତ ଖବର