ନୂଆଦିଲ୍ଲୀ : ପଂଜାବ ପୁଲିସ ଆଜି ଫଗୱାଡ଼ାରୁ ଜଣେ ଏନ୍‌ଆରଆଇଙ୍କୁ ଗିରଫ କରିଛି। ହୋ‌ଶିଆରପୁରରୁ ଖଲିସ୍ତାନୀ ଉଗ୍ରବାଦୀ ଅମୃତପାଲ ସିଂହ ଖସି ପଳାଇବା ମାମଲାରେ ଜ‌ଣେ ଏନ୍‌ଆ‌ରଆଇ ଜସୱିନ୍ଦର ସିଂହ ପଙ୍ଗଲିଙ୍କୁ ପୁଲିସ ଗିରଫ କରିଛି। ଅମୃତପାଲ ସିଂହ ଏବଂ ତା’ ସହଯୋଗୀ ବିରୋଧରେ ପଂଜାବ ପୁଲିସ ମାର୍ଚ୍ଚ ୧୮ ତାରିଖରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରଠାରୁ ସେ ଫେରାର୍‌ ଅଛି। ହୋଶିଆରପୁରର ମାରାନେୟା ଗ୍ରାମରେ ଅମୃତପାଲକୁ ଶେଷ ଥର ଠାବ କରାଯାଇଥିଲା। ସେ ଖସିଯିବାପରେ ପୁଲିସ ତାକୁ ଧରିବାପାଇଁ ଅପରେସନ ଜାରି ରଖିଛି।

Advertisment

ତେବେ ଅମୃତପାଲ ହୋଶିଆରପୁରରୁ ଖସିଯିବା ପରେ ପଂଜାବ ପୁଲିସ ଦ୍ବାରା ଏହା ପ୍ରଥମ ଗିରଫ। ପୁଲିସ ମଧ୍ୟ ଏହି ମାମଲାରେ ଅନ୍ୟ କିଛି ଲୋକଙ୍କୁ ହାଜତକୁ ନେଇଛି ଏବଂ ଉକ୍ତ ମାମଲାରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି। ପୁଲିସ ଅମୃତପାଲ ଏବଂ ତା’ ସହଯୋଗୀ ପପ୍ପଲ ପ୍ରୀତ ସିଂହ ବିରୋଧରେ ବଳିଷ୍ଠ ପ୍ରମାଣ ପାଇଥିବା ଜଣାପଡ଼ିଛି।