ଋଷ-ୟୁକ୍ରେନର ଉଦାହରଣ ଦେଇ ଭାରତକୁ ଶକ୍ତିଶାଳୀ କରିିବା ପାଇଁ ବିଜେପିକୁ ଭୋଟ ଦେବାକୁ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଏବେ ସାରା ବିଶ୍ବରେ ଋଷ-ୟୁକ୍ରେନ ମଧ୍ୟରେ ଉପୁଜିଥିବା ଯୁଦ୍ଧ ପରିସ୍ଥିତିକୁ ନେଇ ଚର୍ଚ୍ଚା। କୌଣସିି ମୂହୁର୍ତ୍ତରେ ଦୁଇ ଦେଶ ମଧ୍ୟରେ ଯୁୁଦ୍ଧ ଆରମ୍ଭ ହେବା ଭଳି ସ୍ଥିତି ଉପୁଜୁଥିବା ବେଳେ ଭାରତରେ ଏହାକୁ ନେଇ ଜୋରଦର ଚର୍ଚ୍ଚା ହେଉଛି। ନିର୍ବାଚନ ଋତୁରେ ବିଜେପି ଋଷ-ୟୁକ୍ରେନ ସ୍ଥିତିର ଉଦାହରଣ ଦେଇ ‌ଭୋଟ ହାତେଇବାକୁୁ ଉଦ୍ୟମ କରୁଥିବା ଦେଖାଯାଇଛିି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ବହରାଇଚରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରୁଥିବାବେଳେ ୟୁକ୍ରେନ-ରୁଷରେ ବଢ଼ୁଥିବା ସଙ୍କଟର ଉଦାହରଣ ଦେଇ କହିଛନ୍ତି ଯେ, ଭାରତକୁ ଶକ୍ତିଶାଳୀ କରିବା ପାଇଁ ବିଜେପିକୁ ଭୋଟ୍ ଦିଅନ୍ତୁ।

ସେ କହିଛନ୍ତି ଯେ, ଆପଣ ଦେଖିପାରୁଥିବେ ଯେ ବର୍ତ୍ତମାନ ଦୁନିଆରେ ବହୁତ ଅଶାନ୍ତି ଦେଖାଦେଇଛି। ଏଭଳି ପରିସ୍ଥିତିରେ ଭାରତ ନିଜ ପାଇଁ ତଥା ସମଗ୍ର ମାନବ ଜାତିର ସୁରକ୍ଷା ପାଇଁ ଦୃଢ଼ ହେବା ଜରୁରୀ ଅଟେ। ଆପଣଙ୍କ ପ୍ରତ୍ୟେକ ଭୋଟ୍ ଭାରତକୁ ଅଧିକ ଶକ୍ତିଶାଳୀ କରିବ ଏବଂ ଦେଶକୁ ଆହୁରି ମଜବୁତ କରିବାରେ ସାହାଯ୍ୟ କରିବ। ଏହି ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ ବିପୁଳ ‌ଭୋଟରେ ବିଜୟ ଲାଭ କରିବା ନେଇ କହିବା ସହ ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ “ଗରିବୀ ହାଟାଓ” ଏବଂ ସମାଜବାଦ ନାଁରେ ଲୁଟ୍ କରିଥିବା ଅଭିଯୋଗ କରିଛନ୍ତି।

PM Modi in Bahraich
indiatoday

ଆସନ୍ତାକାଲି ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ। ଏହା ପୂର୍ବରୁୁ ଭୋଟ ହାତେଇବା ପାଇଁ ବିଭିନ୍ନ ଦଳ ପରସ୍ପରକୁ ଟାର୍ଗେଟ କରିଛନ୍ତି। କିଏ ବିଦେଶର ପରିିସ୍ଥିତି କଥା କହିଛି ତ କିଏ ଦେଶର ସମସ୍ୟା ଦୂର କରିବାର ପ୍ରତିଶ୍ରୁତି ଦେଇଛି। ତେବେ ମାର୍ଚ୍ଚ ୧୦ ରେ ଭୋଟ୍ ଗଣାଯିବାକୁ ଥିବା ବେଳେ ଉତ୍ତରପ୍ରଦେଶରେ କିଏ ସରକାର ଗଢ଼ିବ, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର