ନୂଆଦିଲ୍ଲୀ: ଆମେରିକାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଶିଖ୍‌ ସଂପ୍ରଦାୟ ଟିପ୍ପଣୀ ପାଇଁ ଆଜି ଦିଲ୍ଲୀ ବିଜେପି ପକ୍ଷରୁ   ହଜାର ହଜାର ଶିଖ୍‌ ସଦସ୍ୟ ରାହୁଲଙ୍କ ବିରୋଧରେ ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି। ଶିଖ୍‌ ଗୋଷ୍ଠୀ ଆଜି ରାହୁଲ ଗାନ୍ଧୀଙ୍କ ବାସଭବନ ଅଭିମୁଖେ ଆନ୍ଦୋଳନ ଯାତ୍ରା କରିଥି‌ଲେ। ସେମାନେ ହାତରେ ପ୍ଲାକାର୍ଡ ଧରି ଏବଂ ସ୍ଲୋଗାନ୍‌ ଦେଇ ବିଜୟ ଭବନଠାରୁ  ୧୦ ଜନପଥ ବାସଭବନ ଅଭିମୁଖେ ଆନ୍ଦୋଳନ ଯାତ୍ରା କରିଥିଲେ ଏବଂ ସେଠାରେ  ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ତୁରନ୍ତ ଏହି ମାମଲାରେ କଂଗ୍ରେସ କ୍ଷମାପ୍ରାର୍ଥନା କରିବାକୁ  ଆନ୍ଦୋଳନକାରୀମାନେ ଦାବି କରିଛନ୍ତି।  ରାହୁଲ ଓ ସୋନିଆ ଗାନ୍ଧୀଙ୍କ ବାସଭବନ ସମ୍ମୁଖରେ ଉତ୍ତେଜନା ବଢ଼ିବାରୁ ପୁଲିସ ଅନେକ ଶିଖ୍‌ ନେତାଙ୍କୁ ଅଟକ ରଖିଥିଲା। ବିଜେପି ନେତା ଆର୍‌ପି ସିଂହଙ୍କୁ ମଧ୍ୟ ଆଜି ପୁଲିସ ଅଟକ ରଖିଥିଲା।

Advertisment

ଦିଲ୍ଲୀରେ ବିକ୍ଷୋଭ, ରାହୁଲଙ୍କ ବାସଭବନ ଘେରିଲେ
ବିଦେଶରେ ଶିଖ୍‌ଙ୍କୁ ଅପମାନ କଂଗ୍ରେସକୁ ମହଙ୍ଗା ପଡ଼ିବ

ରାହୁଲ ଗାନ୍ଧୀ ତୁରନ୍ତ କ୍ଷମାପ୍ରାର୍ଥନା କରିବାକୁ ଦାବି କରି ସେ କହିଛନ୍ତି,  ରାହୁଲ  ଭାରତକୁ ଅପମାନିତ କରିବାପାଇଁ ବିଦେଶ ମାଟିର ବ୍ୟବହାର କରିଛନ୍ତି। ଉଲ୍ଲେଖଯୋଗ୍ୟ,  ରାହୁଲ ଗାନ୍ଧୀ ଆମେରିକାରେ କହିଥିଲେ ଯେ  ଭାରତରେ ଶିଖ୍ ସମ୍ପ୍ରଦାୟର ଲୋକଙ୍କୁ ପଗଡ଼ି କିମ୍ବା କଡା ପିନ୍ଧିବାରେ ଅସୁବିଧା ହେଉଛି। ସେମାନଙ୍କୁ ଗୁରୁଦ୍ବାର ଯିବାକୁ ଦିଆଯାଉନି ବୋଲି ମଧ୍ୟ ରାହୁଲଙ୍କ ଟିପ୍ପଣୀ ଆଲୋଡ଼ନ ସୃଷ୍ଟି କରିଛି। ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧୀ ଶିଖ୍‌ ସମ୍ପ୍ରଦାୟକୁ ଅପମାନିତ କରିଛନ୍ତି ଏବଂ ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ପାଇଁ କଂଗ୍ରେସ ଦଳ ହିଁ ଦାୟୀ।  ବିଜେପି ଉକ୍ତ ଘଟଣାରେ ତୀବ୍ର ପ୍ରତିକ୍ରିୟା ରଖିଛି। ସମ୍ବେଦନଶୀଳ ପ୍ରସଙ୍ଗ ଉପରେ କହି ରାହୁଲ ଗାନ୍ଧୀ ଅତ୍ୟନ୍ତ ବିପଜ୍ଜନକ ମନ୍ତବ୍ୟ ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ବିଜେପି କହିଛି।