ଗଣତନ୍ତ୍ର ପାଇଁ କଳା ଦିବସ: କେସିଆର୍
ନରେନ୍ଦ୍ର ମୋଦୀଙ୍କ ଅହଙ୍କାର ଏବଂ ଏକଛତ୍ରବାଦ ଆଚରଣ ଶୀର୍ଷରେ ପହଞ୍ଚିଛି। ଦେଶର ଗଣତନ୍ତ୍ର ଇତିହାସରେ ଆଜି ଦିନଟି ହେଉଛି କଳା ଦିବସ। ଯେଉଁମାନେ ଗଣତନ୍ତ୍ରକୁ ସୁଦୃଢ଼ କରିବାକୁ ଚାହୁଛନ୍ତି ସେମାନେ ଏନ୍ଡିଏ ସରକାରର ଭୁଲ୍କୁ ନିନ୍ଦା କରିବା ଉଚିତ। ମୋଦୀ ସରକାର ଘୃଣିତ କାର୍ଯ୍ୟ ପାଇଁ ସାମ୍ବିଧାନିକ ଅନୁଷ୍ଠାନର ଅପବ୍ୟବହାର କରୁଛନ୍ତି ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଛନ୍ତି।
/sambad/media/post_attachments/wp-content/uploads/2020/02/priyanka-gandhi-lucknow-pti281219-750x430.jpg)
ଭୀରୁ, ଏକଛତ୍ରବାଦୀଙ୍କ ଆଗରେ ମୁଣ୍ଡ ନୁଆଁଇବୁନି: ପ୍ରିୟଙ୍କା ଗାନ୍ଧି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦାନୀ ପ୍ରସଙ୍ଗରେ ଆସିଥିବା ପ୍ରଶ୍ନରେ ହଡ଼ବଡ଼େଇ ଯାଇଛନ୍ତି। ରାହୁଲ ହେଉଛନ୍ତି ଜଣେ ସଚ୍ଚା ଦେଶଭକ୍ତ। ଏଥିପାଇଁ ସେ ଦେଶର ସ୍ବାର୍ଥରେ ସ୍ବର ଉତ୍ତୋଳନ କରୁଛନ୍ତି। ନେହରୁ- ଗାନ୍ଧି ପରିବାର ଦେଶ ପାଇଁ ରକ୍ତ ଦେଇଛି ଏବଂ ସତ୍ୟ ପାଇଁ ଲଢ଼ିଛି। ମୋଦୀଙ୍କ ତୋଷାମଦିଆମାନେ ଜଣେ ସହିଦ ପ୍ରଧାନମନ୍ତ୍ରୀଙ୍କ ପୁଅକୁ ବିଶ୍ବାସଘାତକ ତଥା ମିର ଜାଫର ବୋଲି କହୁଛନ୍ତି। ଆପଣଙ୍କର ଜଣେ ମୁଖ୍ୟମନ୍ତ୍ରୀ ପ୍ରଶ୍ନ ଉଠାଇଥିଲେ ଯେ ରାହୁଲ ଗାନ୍ଧିଙ୍କ ବାପା କିଏ ? ସମଗ୍ର ପରିବାର ଓ କାଶ୍ମୀର ପଣ୍ଡିତ ସମ୍ପ୍ରଦାୟକୁ ଅପମାନ ଦେଇ ଆପଣ ସଂସଦରେ ପଚାରିଲେ, ସେମାନେ କାହିଁକି ନେହରୁ ନାମ ରଖିଲେନି। କିନ୍ତୁ କୌଣସି ବିଚାରପତି ଆପଣଙ୍କୁ ୨ ବର୍ଷ ଜେଲ୍ ଦଣ୍ଡ ଦେଇନାହାନ୍ତି କି ଆପଣ ସଂସଦରୁ ଅଯୋଗ୍ୟ ଘୋଷିତ ହୋଇନାହାନ୍ତି। ଯେଉଁମାନଙ୍କୁ ଆପଣ ରାଜନୈତିକ ଭାବେ ବିନାଶ କରିବାକୁ ଚାହୁଛନ୍ତି ସେମାନେ ଦେଶର ଲୋକଙ୍କ ପାଇଁ ସ୍ବର ଉତ୍ତୋଳନ କରିଛନ୍ତି ଏବଂ ପିଢ଼ି ପରେ ପିଢ଼ି ଧରି ସତ୍ୟ ପାଇଁ ଲଢ଼େଇ କରିଛନ୍ତି। ଆମ ଦେହରେ ଯେଉଁ ରକ୍ତ ବୋହୁଛି ତାହାର ଏକ ସ୍ବତନ୍ତ୍ରତା ହେଉଛି ଆମେ କେବେ ବି ଆପଣଙ୍କ ପରି ଜଣେ ଭୀରୁ ଓ ଏକଛତ୍ରବାଦୀଙ୍କ ନିକଟରେ ମୁଣ୍ଡ ନୁଆଁଇବୁନି।
/sambad/media/post_attachments/wp-content/uploads/2022/03/kejariwal.jpg)
ଦେଶକୁ ସୁରକ୍ଷା ଦେବାପାଇଁ ଲଢ଼େଇ ହେଉ: ଅରବିନ୍ଦ କେଜ୍ରିୱାଲ
ସେମାନେ ଏମିତି ଏକ ପରିବେଶ ସୃଷ୍ଟି କରିବାକୁ ଚାହୁଛନ୍ତି ଯାହାଦ୍ବାରା ଦେଶରେ କେବଳ ଗୋଟିଏ ଦଳ ରହିବ ଏବଂ ଜଣେ ନେତା ରହିବେ। ସେମାନେ ଅନ୍ୟ ସମସ୍ତ ଦଳ ଶେଷ ହୋଇଯାଆନ୍ତୁ ବୋଲି ଚାହାନ୍ତି। ଏହାକୁ ଏକଛତ୍ରବାଦ କୁହାଯାଏ। ଆଜିର ମୋଦୀ ସରକାର ବ୍ରିଟିଶ ଶାସନଠାରୁ ବି ଅଧିକ ଭୟଙ୍କର। ଏହା କେବଳ କଂଗ୍ରେସର ଲଢ଼େଇ ନୁହେଁ। ଦେଶକୁ ସୁରକ୍ଷା ଦେବାପାଇଁ ଏହା ଏକ ଲଢ଼େଇ ହେଉ। ବିରୋଧୀ ଦଳ ନେତାମାନଙ୍କୁ ଚୁପ୍ କରିଦେବା ପାଇଁ ମୋଦୀ ସରକାର ଅହରହ କାମ କରୁଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି।