ଚଣ୍ଡୀଗଡ଼: ସଂପ୍ରତି ଦିଲ୍ଲୀର ବାୟୁ ପ୍ରଦୂଷଣ ସମଗ୍ର ଦେଶ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ପଞ୍ଜାବର ଚାଷୀମାନେ ଶସ୍ୟ ଅମଳ ପରେ ସେମାନଙ୍କ କ୍ଷେତରେ ଲଗାଉଥିବା ନିଆଁ ଏହି ସମସ୍ୟାକୁ ଆହୁରି ବହୁ ଗୁଣିତ କରି ଦେଇଛି। ଏପରିସ୍ଥିତରେ ଚାଷୀମାନଙ୍କୁ ଏପ୍ରକାରର କାର୍ଯ୍ୟକଳାପରୁ ଦୂରେଇ ରଖିବା ପାଇଁ ପଞ୍ଜାବ ସରକାର କ୍ଷେତରେ ନିଆଁ ଲଗାଉଥିବା ଚାଷୀଙ୍କ ଉପରେ କାର୍ଯ୍ରାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଜି ଘୋଷଣା କରିଛନ୍ତି।
ପଞ୍ଜାବ ସରକାର କହିଛନ୍ତି ଏଭଳି ୨୦,୭୨୯ଟି କ୍ଷେତରେ ନିଆଁଲଗା ମାମଲା ପଞ୍ଜାବ ପୁଲିସ୍ ନିକଟରେ ରହିଛି। ଯେଉଁଥିରେ ୨,୯୨୩ ଚାଷୀ ସଂପୃକ୍ତ। ତେଣୁ, ଏହି ଚାଷୀମାନଙ୍କ ବିରୋଧରେ ପଞ୍ଜାବ ସରକାର ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମିରନ୍ଦର ସିଂହ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/Panjab.jpg)