ଲକ୍ଷ୍ନୌ: ଉତ୍ତରପ୍ରଦେଶ ମିର୍ଜାପୁରର ଏକ ଘରୋଇ ବିଦ୍ୟାଳୟର ଦ୍ବିତୀୟ ଶ୍ରେଣୀ ଛାତ୍ରକୁ ପ୍ରିନ୍ସିପାଲଙ୍କ ତାଲିବାନୀ ଶାସନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି। ପିଲାଟି ଦୁଷ୍ଟାମି କରିବାରୁ ପ୍ରିନ୍ସିପାଲ ତା’ ଦୁଇ ଗୋଡ଼କୁ ଦଉଡ଼ିରେ ବାନ୍ଧି ମୁଣ୍ଡ ତଳକୁ କରି ଛାତରୁ ତଳକୁ ଝୁଲାଇ ଦେଇଥିଲେ। ୧୦ ମିନିଟ୍ ପର୍ଯ୍ୟନ୍ତ ଏପରି ଝୁଲାଇ ରଖିଥିଲେ। ପିଲାଟି ଭୟ ଓ ଆତଙ୍କରେ କାନ୍ଦିବା ଓ ନିଜ ଭୁଲ୍ ପାଇଁ କ୍ଷମା ମାଗିବା ପରେ ପ୍ରିନ୍ସିପାଲ ତାକୁ ତଳକୁ ଓହ୍ଲାଇଥିଲେ। ପିଲାଟିର ଦୋଷ ହେଲା ସେ ଗୁରୁବାର ଉପରବେଳା ଗୁପଚୁପ ଖାଇ ଅନ୍ୟ ପିଲାଙ୍କ ଆଗରେ କୌତୁକ କରୁଥିଲା। ପିଲାଟି ଛାତରୁ ଝୁଲୁଥିବାର ଦୃଶ୍ୟ କେହି ଜଣେ ମୋବାଇଲରେ ଉଠାଇ ସାମାଜିକ ଗଣମାଧ୍ୟମରେ ଛାଡ଼ିଦେବା ପରେ ତାହା ଭାଇରାଲ ହୋଇଯାଇଥିଲା। ଏହାପରେ ଜିଲା ମାଜିଷ୍ଟ୍ରେଟ୍ଙ୍କ ଆଦେଶରେ ଏବଂ ବାଳକର ପିତା ରଣଜିତ୍ ଜାଦବଙ୍କ ଅଭିଯୋଗ ଭିତ୍ତିରେ ପୁଲିସ ସମ୍ପୃକ୍ତ ପ୍ରିନ୍ସିପାଲ ମନୋଜ ବିଶ୍ବକର୍ମାଙ୍କ ନାମରେ ଧାରା ୩୫୨, ୫୦୬ ଓ ୭୫ ଜୁଭେନାଇଲ ଆକ୍ଟ ଅନୁସାରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
ଛାତ୍ରକୁ ତାଲିବାନୀ ଶାସ୍ତି, ପ୍ରିନ୍ସିପାଲ ଗିରଫ
/sambad/media/post_attachments/wp-content/uploads/2021/10/65sf4h654sfh654s5h6sfhsfhsfhsfhsfhsfhsfhsfhsfhsfhsfhsfhsfhsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)