ବୁଲନ୍ଦସହର: ଗୁରଗ୍ରାମର ରେୟାନ ସ୍କୁଲରେ ଗତ ସେପ୍ଟେମ୍ବର ୮ରେ ନୃସଂଶ ହତ୍ୟାକୁ ଲୋକମାନେ ଭୁଲି ନଥିବା ବେଳେ, ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲ୍ଲା ସିୟାନା ଅଞ୍ଚଳରେ ଜଣେ ସ୍କୁଲ ଛାତ୍ରଙ୍କୁ ନିସ୍ତୁକ ମାଡମାରିଛନ୍ତି। ଶିକ୍ଷକ ଅମାନୁଷିକ ଭାବରେ ଛାତ୍ରର ପ୍ରାଇଭେଟ ପାର୍ଟକୁ ଆକ୍ରମଣ କରିଥିବା ଜଣାପଡ଼ିଛି। ୯ମ ଶ୍ରେଣୀର ଛାତ୍ରର ଭୁଲ ଥିଲା ଯେ, ସେ ବହି ନେଇ ସ୍କୁଲକୁ ଆସି ନ ଥିଲା। ଛାତ୍ରଙ୍କୁ ଗୁରୁତର ଭାବରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବିଶେଷ ସୂତ୍ର ଅନୁସାରେ ଆଜାଦ ସ୍କଲାର ଏକାଡେମୀର ଛାତ୍ରଙ୍କୁ ଶିକ୍ଷକ ଭୂଗୋଳ ପୁସ୍ତକ ଆଣି ନ ଥିବାରୁ କାରଣ ପଚାରିବା ସ୍ଥାନରେ ପିଟିବା ଓ ଆକ୍ରମଣ ଭଳି କାମ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/boy.jpeg)