ଅଭଦ୍ରାମିର ସୀମା ଟପିଲେ ଛାତ୍ର, ଶିକ୍ଷୟତ୍ରୀଙ୍କୁ ନିସ୍ତୁକ ମାଡ଼ ମାରିଲେ

ରାୟବରେଲୀ: ଛାତ୍ରଛାତ୍ରୀଙ୍କ ପ୍ରତି ଶିକ୍ଷକ-ଶିକ୍ଷୟତ୍ରୀ ନିର୍ଯାତନା ଦେଉଥିବାର ଖବର ଆପଣ ଅନେକ ଥର ପଢ଼ିଥିବେ | କିନ୍ତୁ ଏବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକି ଗୁରୁ-ଶିଷ୍ୟର ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି | କାରଣ କିଛି ଛାତ୍ର ନିଜର ଔଦ୍ଧତ୍ୟ ଯୋଗୁଁ ଶିକ୍ଷୟତ୍ରୀଙ୍କୁ ମାଡ ମାରିବାକୁ ମଧ୍ୟ ପଛାଇନାହାନ୍ତି | ଅଭଦ୍ରାମିର ସୀମା ଟପିଛନ୍ତି କିଛି ଛାତ୍ର | ଶିକ୍ଷୟତ୍ରୀଙ୍କୁ ମାଡ ମାରିବା ସହ ଅସଦବ୍ୟବହାର କରିଛନ୍ତି |


ସିସିଟିଭିରେ ଏହି ଘଟଣା କଏଦ ହୋଇଥିବାବେଳେ ଏହି ଘଟଣାକୁ ଏବେ ସବୁଠି ନିନ୍ଦା କରାଯାଉଛି | ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶର ରାୟବରେଲୀରେ ଥିବା ଗାନ୍ଧୀ ବାଳ ସଂରକ୍ଷଣ ଗୃହରେ କିଛି ଛାତ୍ର ଶିକ୍ଷୟତ୍ରୀଙ୍କୁ ମାଡ ମାରିଥିଲେ |

କୁହାଯାଉଛି ଯେ କିଛି ଘଟଣାକୁ ନେଇ ଛାତ୍ର ଓ ଶିକ୍ଷୟତ୍ରୀଙ୍କ ମଧ୍ୟରେ ମତଭେଦ ହୋଇଥିଲା | ଏହା ପରେ ଛାତ୍ରମାନେ ଉତକ୍ଷିପ୍ତ ହୋଇ ଶିକ୍ଷୟତ୍ରୀଙ୍କୁ ମାଡ ମାରିବା ସହ ବାଥରୁମରେ ତାଲା ପକାଇଦେଇଥିଲେ | ଏହି ଘଟଣାଟି ସିସିଟିଭି କ୍ୟାମେରାରେ କଏଦ ହୋଇଥିବାବେଳେ ଆଜି ଶିକ୍ଷୟତ୍ରୀଜଣକ ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି |

ସମ୍ବନ୍ଧିତ ଖବର