ମୁମ୍ବାଇ: ମହାରାଷ୍ଟ୍ରର ଔରଙ୍ଗାବାଦରେ ସୋମବାର ଅପରାହ୍ଣରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିବାହ ପ୍ରସ୍ତାବରେ ଜଣେ ଛାତ୍ରୀ ରାଜି ନହେବାରୁ ଜଣେ ଛାତ୍ର ତାକୁ ହତ୍ୟା ପାଇଁ ଉଦ୍ୟମ କରିଛି। ତାହା ପୁଣି ଅଭିନବ ଉପାୟରେ କରାଯାଇଛି। ୩୦ ବର୍ଷୀୟ ପିଏଚ୍‌ଡି ଛାତ୍ର ନିଜ ଦେହରେ ନିଆଁ ଲଗାଇ ଜଳିଯିବା ସହିତ ଛାତ୍ରୀକୁ ମଧ୍ୟ ଦରମରା କରିଛି। ‌ସରକାରୀ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (ଜିଆଇଏସ୍) ପରିସରରେ ଏହି ଘଟଣା ଘଟିଛି।

Advertisment

ପୁଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଔରଙ୍ଗାବାଦର ଅନ୍ୟ ଏକ କଲେଜରେ ପିଏଚଡି କରୁଥିବା ଗଜାନନ ମୁଣ୍ଡେ ଜଣେ ପିଏଚଡି ଛାତ୍ରୀଙ୍କୁ ବିବାହ କରିବାକୁ ଚାହୁଥିଲେ। କିନ୍ତୁ ଛାତ୍ରୀ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ଦୁଇ ଜଣଙ୍କ ମଧ୍ୟରୁ କେହି ଅବଶ୍ୟ ଜିଆଇଏସ୍‌ରେ ପଢ଼ୁ ନଥିଲେ। କିନ୍ତୁ ଛାତ୍ରୀ ଜଣକ ଜଣେ ସହକାରୀ ପ୍ରଫେସରଙ୍କୁ ଭେଟିବା ପାଇଁ ଜିଆଇଏସ୍‌ ଯାଇଥିଲେ। ସେ ଯେତେବେଳେ ପ୍ରଫେସରଙ୍କ କ୍ୟାବିନ ଭିତରେ ଥିଲେ, ମୁଣ୍ଡେ ଭିତରକୁ ପଶି କବାଟ ବନ୍ଦ କରି ନିଜ ଉପରେ ଇନ୍ଧନ ଢାଳି ନିଆଁ ଲଗାଇଥିଲେ। ତା’ପରେ ଛାତ୍ରୀଙ୍କୁ ଜାବୁଡ଼ି ଧରିଥିଲେ।

ଛାତ୍ରୀଙ୍କ ଚିତ୍କାର ଶୁଣି କଲେଜ କର୍ମଚାରୀମାନେ ଦୌଡ଼ିଯାଇ କବାଟ ଖୋଲି ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ନିଆଁକୁ ଆୟତ୍ତ କରିଥିଲେ। ଉଭୟଙ୍କୁ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୋମବାର ବିଳମ୍ବିତ ରାତିରେ ମୁଣ୍ଡେଙ୍କର ମୃତ୍ୟୁ ହୋଇଥିଲା। ଶରୀରର ୫୫ ପ୍ରତିଶତ ପୋଡ଼ି ଯାଇଥିବା ପିଏଚଡି କରୁଥିବା ଛାତ୍ରୀ ଜଣକ ଚିକିତ୍ସିତ ହେଉଛନ୍ତି। ଓସମାନପୁରା