କାନପୁର: ନିଜର ମୃତ୍ୟୁ ହୋଇଛି ବୋଲି ଉଲ୍ଲେଖ କରି ସ୍କୁଲ୍‌ରୁ ଛୁଟିପାଇଁ ଆବେଦନ କରିଥିବା ଜଣେ ଅଷ୍ଟମ ଶ୍ରେଣୀ ପିଲାର ଦରଖାସ୍ତକୁ ନ ପଢ଼ି ପ୍ରିନ୍‌ସିପାଲ୍‌ ମଞ୍ଜୁର ବୋଲି ଲେଖିଦେଇଥିବା ଘଟଣା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।

Advertisment

ପରେ ଜଣାପଡ଼ିଲା ଯେ କାନପୁରର ଜିଟି ରୋଡ୍‌ରେ ଅବସ୍ଥିତ ଏକ ଘରୋଇ ସ୍କୁଲ୍‌ରେ ପଢୁଥିବା ସେ ପିଲାଟି ତାଙ୍କ ଜେଜିମାଙ୍କ ମୃତ୍ୟୁ ସ୍ଥାନରେ ଭୁଲ୍‌ କ୍ରମେ ନିଜର ମୃତ୍ୟୁ ହୋଇଥିବା କଥା ଉଲ୍ଲେଖ କରିଦେଇଥିଲେ। ଜେଜିମା’ଙ୍କ ଅନ୍ତେଷ୍ଟିକ୍ରିୟା ପାଇଁ ସ୍କୁଲ୍‌କୁ ଆସୁ ନ ଥିବା ବେଳେ ତା’ର ଦରଖାସ୍ତ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇ ହାସ୍ୟରୋଳ ସୃଷ୍ଟି କରିଛି।

publive-image

ସ୍କୁଲ ତରଫରୁ କୁହାଯାଇଛି ଯେ ଭୁଲ୍‌କ୍ରମେ ପ୍ରିନ୍‌ସିପାଲ୍‌ ଏହାକୁ ମଞ୍ଜୁର କରି ଦେଇଛନ୍ତି। ଜଣେ ସ୍କୁଲ୍‌ ଶିକ୍ଷକ ଅଷ୍ଟମ ଶ୍ରେଣୀର ସେ ଛାତ୍ରର ଦରଖାସ୍ତର କଥାବସ୍ତୁକୁ ସେୟାର୍‌ କରିଛନ୍ତି। ସେଥିରେ ଲେଖା ଅଛି: ସମ୍ମାନନୀୟ ପ୍ରିନ୍‌ସିପାଲ୍‌, ମୁଁ ଜଣାଇବାକୁ ଚାହେଁ, ଆଜି (ଅଗଷ୍ଟ ୨୦) ଦିନ ପ୍ରାୟ ୧୦ ବେଳେ ଦରଖାସ୍ତକାରୀଙ୍କ ମୃତ୍ୟୁ ହୋଇଯାଇଛି। ଦୟାପରବଶ ହୋଇ ମୋତେ ଅଧାଦିନ ପାଇଁ ଛୁଟି ଦେବାକୁ ଅନୁରୋଧ କରୁଛି। ଉପକାର ପାଇଁ ମୁଁ କୃତଜ୍ଞ ରହିବି। ଆପଣଙ୍କୁ ଧନ୍ୟବାଦ।

ଏବଂ ଏହାକୁ ନ ପଢ଼ି ପ୍ରିନ୍‌ସିପାଲ୍‌ ଲାଲ୍‌ କାଳିରେ ମଞ୍ଜୁର ବୋଲି ଲେଖି ଦସ୍ତଖତ କରି ପକାଇଲେ।

ସ୍କୁଲ୍‌ ଭିତର ଲୋକ କେହି ଏହି ଛୁଟି ଦରଖାସ୍ତକୁ ଲିକ୍‌ କରି ସାମାଜିକ ଗଣମାଧ୍ୟମରେ ସେୟାର୍‌ କରିଦେବା ପରେ କଥା ଲୋକଲୋଚକୁ ଆସିଥିଲା।