ଛାତ୍ରଛାତ୍ରୀଙ୍କ ପାଇଁ ଲଞ୍ଚ ହେଲା ସ୍ୱତନ୍ତ୍ର କ୍ରେଡିଟ କାର୍ଡ, ନେଇପାରିବେ ୧୦ ଲକ୍ଷ ଟଙ୍କା ଯାଏଁ ଋଣ

କୋଲକାତା: କରୋନା ମହାମାରୀକୁ ନେଇ ପରୀକ୍ଷା ବାତିଲ ସହ ନିଜ ଭବିଷ୍ୟତକୁ ନେଇ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ | ମମତା ବୁଧବାର ଛାତ୍ରଛାତ୍ରୀମାନଙ୍କ ପାଇଁ ଛାତ୍ର କ୍ରେଡିଟ କାର୍ଡ ଲଞ୍ଚ କରିଛନ୍ତି। ଏହି କ୍ରେଡିଟ୍ କାର୍ଡ ମାଧ୍ୟମରେ ଛାତ୍ରମାନେ ସରଳ ବାର୍ଷିକ ସୁଧ ହାରରେ ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ |

ଏହା ଘୋଷଣା କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ପଶ୍ଚିମବଙ୍ଗର ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରଳ ବାର୍ଷିକ ସୁଧ ହାରରେ ଏହି ଯୋଜନା ଅଧୀନରେ ୧୦ ଲକ୍ଷ ପର୍ଯ୍ୟନ୍ତ ଋଣ ଦିଆଯିବ | ଅନ୍ୟପଟେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରେ ହିଂସା ଘଟଣାର ଅନୁସନ୍ଧାନ ପାଇଁ କଲିକତା ହାଇକୋର୍ଟଙ୍କ ଦ୍ୱାରା ଗଠିତ ଏକ କମିଟି ବୁଧବାର ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଦାଖଲ କରିଛି।

ଏନଏଚଆରସି କମିଟି ଏହାର ପ୍ରଥମ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟକୁ ସିଲ୍ କଭରରେ କୋର୍ଟରେ ଉପସ୍ଥାପନ କରିଛି | ରାଜ୍ୟରେ ନିର୍ବାଚନ ପରେ ହୋଇଥିବା ହିଂସା ଅଭିଯୋଗର ତଦନ୍ତ ପାଇଁ କଲିକତା ହାଇକୋର୍ଟ ଏକ କମିଟି ଗଠନ କରିଥିଲେ। ଜୁନ୍ ୩୦ ରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା।

ସମ୍ବନ୍ଧିତ ଖବର