ଅନଲାଇନ କ୍ଲାସ ଚାଲୁଥିବା ବେଳେ ବିସ୍ଫୋରଣ ହେଲା ଫୋନ, ଚାଲିଗଲା ଛାତ୍ରଙ୍କ ଜୀବନ

ନୂଆଦିଲ୍ଲୀ: ଚାଲିଥିଲା ଅନଲାଇନ୍ କ୍ଲାସ୍ । ଲଗାତାର କ୍ଲାସ ଯୋଗୁଁ ମୋବାଇଲରୁ ଚାର୍ଜ ସରିଯାଇଥିଲା । ହେଲେ ଅନ୍ୟ କ୍ଲାସ ଥିବାରୁ ମୋବାଇଲକୁ ଚାର୍ଜରେ ବସାଇ ଛାତ୍ର ଜଣକ କରୁଥିଲେ କ୍ଲାସ୍ । ଏହି ସମୟରେ ଅଚାନକ ଫାଟିଥିଲା ମୋବାଇଲ । ଏହି ନିଆଁ ଛାତ୍ର ଜଣଙ୍କର ପୋଷାକରେ  ଲାଗିଯିବାରୁ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ଛାତ୍ରକୁ ମୃତ ଘୋଷଣା କରିଥିଲେ।

ଏଭଳି ଏକ ଦୁଃଖଦ ଘଟଣା ଭିଏତନାମରେ ଘଟିଛି । ‘ ଦ ସନ୍ ୟୁକେ’ର ରିପୋର୍ଟ ମୁତାବକ କରୋନା ଯୋଗୁଁ ସ୍କୁଲ ଗୁଡିକବନ୍ଦ ରହିଥିବାରୁ ଏବେ ଅନଲାଇନ୍ କ୍ଲାସ୍ ଚାଲିଛି । ୧୧ ବର୍ଷର ଛାତ୍ର ଏହି କ୍ଲାସ କରୁଥିଲେ । ମଙ୍ଗଳବାର ମୋବାଇଲରୁ ଚାର୍ଜ ସରିଯିବାରୁ ମୋବାଇଲକୁ ଚାର୍ଜରେ ବସାଇ କାନରେ ଇଅର ଫୋନ ଦେଇ କ୍ଲାସ୍ ଆଟେଣ୍ଡ କରୁଥିଲେ । ଏହି ସମୟରେ ମୋବାଇଲ ଫାଟି ତାଙ୍କ ପୋଷାକରେ ନିଆଁ ଲାଗିଯିବାରୁ ଗୁରୁତର ଭାବେ ପୋଡି ହୋଇଯାଇଥିଲେ ଛାତ୍ର ଜଣକ । ଏହି ଘଟଣାର ଯାଞ୍ଚ ଆରମ୍ଭ କରିଛି ପୁଲିସ ।

ପୁଲିସର କହିବା ଅନୁସାରେ ଭିଏତନାମର ଦାନ୍ ଜିଲ୍ଲାରେ ସମସ୍ତ ସ୍କୁଲ ଖୋଲିଯାଇଥିବାବେଳେ ସପ୍ତାହକୁ କିଛି ଦିନ ଅନଲାଇନ୍ କ୍ଲାସ୍ ଚାଲିଛି।

ସମ୍ବନ୍ଧିତ ଖବର