ଥିରୁବନନ୍ତପୁରମ୍ : କେରଳର ଏର୍ଣ୍ଣାକୁଲମ୍ ମହରାଜା କଲେଜ୍ରେ ହିଂସାକାଣ୍ଡ ହେତୁ ଜଣେ ଛାତ୍ରନେତାଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ମୃତ୍ୟୁସହ ସଂଘର୍ଷ କରୁଛନ୍ତି। ଏସଏଫ୍ଆଇ ନେତା ଅଭିମନ୍ୟୁଙ୍କୁ ବିରୋଧୀ ଛାତ୍ର ଗୋଷ୍ଠୀ ଛୁରି ମାଡ଼ କରି ହତ୍ୟା କରିଛନ୍ତି। ଜଣାଯାଇଛି ଯେ ୨୦ ବର୍ଷୀୟ ଅଭିମନ୍ୟୁ ବିଏସ୍ସି ଦ୍ୱିତୀୟ ବର୍ଷର ଛାତ୍ର। ତେବେ କଲେଜ୍ରେ ନୂଆ ପିଲାଙ୍କୁ ସ୍ୱାଗତ ଜଣାଇବାପାଇଁ ଏକ ପୋଷ୍ଟର ଲଗାଇବାକୁ କେନ୍ଦ୍ରକରି ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଛୁରାମାଡ଼ରେ ଅଭିମନ୍ୟୁଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଛାତ୍ର ଅର୍ଜୁନ ଗୁରୁତର ଆହତ ହୋଇଛନ୍ତି। ଏହି
ଘଟଣା ନେଇ ଏର୍ଣ୍ଣାକୁଲମ୍ ଅଞ୍ଚଳରେ ତୀବ୍ର ଉତ୍ତେଜନା ଲାଗିରହିଛି। ପୁଲିସ ୩ ଜଣ ଆକ୍ରମଣକାରୀଙ୍କୁ ଅଟକ ରଖିଛି।
ଛାତ୍ରନେତାଙ୍କୁ ହତ୍ୟା
/sambad/media/post_attachments/wp-content/uploads/2018/07/sfi-student-killed.bmp)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)