ଶିବମୋଗ୍ଗା: କର୍ଣ୍ଣାଟକର ଶିବମୋଗ୍ଗାରେ ଗୋଟାଏ ଭଡ଼ାଘରେ ‘ହାଇ-ଟେକ୍‌’ (ଅତି ଉନ୍ନତ) ଉପାୟରେ ଗଞ୍ଜେଇ ଚାଷକରି ଅନ୍ୟ ଛାତ୍ରାମାନଙ୍କୁ ବିକ୍ରି କରୁଥିବା ଅଭିଯୋଗରେ ଜଣେ ଡାକ୍ତରୀ ଛାତ୍ରଙ୍କ ସମେତ ୩ଜଣଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।

Advertisment

ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଏକ ଘରୋଇ ମେଡିକାଲ୍‌ କଲେଜ ଛାତ୍ର ୨୮ ବର୍ଷିୟ ବିଘ୍ନରାଜ। ତାମିଲନାଡୁର କୃଷ୍ଣଗିରିନିବାସୀ ବିଘ୍ନରାଜ ଭଡ଼ା ନେଇ ରହୁଥିବା ଘରେ ଗଞ୍ଜେଇ ଚାଷ କରୁଥିଲେ। ଅନ୍ୟ ଦୁଇ ଅଭୁଯୁକ୍ତ ଛାତ୍ର ପାଣ୍ଡିଡୋରାଇ ଏବଂ ବିନୋଦ କୁମାର ବୋଲି ପୁଲିସ କହିଛି।

Karnataka: 3 Including A Medical Student Held For 'In-House' Cultivation And Selling Of Ganja In Shivamogga Image Courtesy of Free Press Journal

ଶିବମୋଗ୍ଗା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଜି. କେ. ମିଥୁନ କୁମାର କହିଛନ୍ତି ଯେ, ଗରିଫ ଛାତ୍ରମାନଙ୍କ ପାଖରୁ ସେମାନେ ୨୨୭ ଗ୍ରାମ୍‌ ଶୁଖିଲା ଗଞ୍ଜେଇ, ୧.୫୩ କିଲୋଗ୍ରାମ୍‌ କଞ୍ଚା ଗଞ୍ଜେଇ ଓ ୧୦ ଗ୍ରାମ୍‌ ଚରସ୍‌, ଗଞ୍ଜେଇ ମଞ୍ଜି ପଶିଥିବା ଛୋଟ ବୋତଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି। ସାଢ଼େ ୩ ମାସ ହେବ ସେମାନେ ଗଞ୍ଜେଇ ବେପାର ଚଲାଇଥିଲେ ବୋଲି ପୁଲିସ ସୂଚନା ପାଇଥିଲା।

ସଂଗୃହୀତ ସୂଚନା ଅନୁସାରେ, ବିଘ୍ନରାଜ ଭଡ଼ା ନେଇଥିବା ଘରେ ଅତି ସାବଧାନତା ସହକାରେ କୁଣ୍ଡରେ ଗଞ୍ଜେଇ ଚାଷ କରୁଥିଲେ। ଘର ଭିତରେ ଗଞ୍ଜେଇ ଗଛ ଉଧେଇବା ପାଇଁ ‘ସ୍ପାଇଡର୍‌ ଫାର୍ମିଙ୍ଗ୍‌’ ବୋଲି କୁହାଯାଉଥିବା କୃତ୍ରିମ ପରିବେଶ ସୃଷ୍ଟି କରିଥିଲେ। ଘରମାଲିକ କିନ୍ତୁ, ଏସବୁର ଟେର୍‌ ପାଇ ନ ଥିଲେ। ଅମଳ କରୁଥିବା ଗଞ୍ଜେଇକୁ ସେ ମୁଖ୍ୟତଃ କଲେଜ ଛାତ୍ରଙ୍କୁ ବିକ୍ରୟ କରୁଥିଲେ।