ଛାତ୍ରନେତାଙ୍କୁ ଗୁଳି କରି ହତ୍ୟା

ବାରାଣାସୀ : ରବିବାର ରାତିରେ ସ୍ଥାନୀୟ ଉଦୟ ପ୍ରତାପ କଲେଜ୍‌ର ଛାତ୍ରନେତା ବିବେକ ସିଂହ(୨୨)ଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବିକମ୍‌ ଦ୍ବିତୀୟ ବର୍ଷର ଛାତ୍ର ଥିବା ଆଜମଗଡ଼ ଜିଲ୍ଲା ଅନ୍ତର୍ଗତ ଜାମୁନଦୀପ୍‌ ଗ୍ରାମର ବିବେକ ଗତକାଲି କଲେଜ୍‌ ହଷ୍ଟେଲ୍‌ ଆଗରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ। ତାଙ୍କୁ ଅନ୍ୟ ଛାତ୍ରମାନେ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ ନେଇଥିଲେ ହେଁ ସେଠାରେ ଡାକ୍ତରମାନେ ମୃତ ‌ଘୋଷଣା କରିଥିଲେ। ବିବେକଙ୍କ ଦେହରେ ୮ ଥର ଗୁଳି ବାଜିଥିବା ବେଳେ ହତ୍ୟାର କାରଣ ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର