‘ମୁଁ ଡରୁଆ ନୁହେଁ, ବାପା ମତେ କ୍ଷମା କରିଦେବ’ ଲେଖି ଆତ୍ମହତ୍ୟା କଲେ ଛାତ୍ର

ଆଗ୍ରା: ‘ବାପା ମୁଁ ଡରୁଆ ନୁହେଁ, ମତେ କ୍ଷମା କରିଦେବ’ ମୃତ୍ୟୁ ପୂର୍ବରୁ କିଛି ଏଭଳି ଶେଷ କଥା ଲେଖି ଆତ୍ମହତ୍ୟା କରିଛନ୍ତି ଜଣେ ଛାତ୍ର | ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ମାନସିକ ନିର୍ଯାତନାର ଶିକାର ହୋଇ ଜଣେ ଆଇଟିଆଇ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମିଳିଥିବା ସୂଚନାନୁସାରେ, ଲାଲଗଞ୍ଜର ଜୋକୁ ଲାଲ ବର୍ମାଙ୍କ ୨୦ ବର୍ଷର ପୁଅ ଧିରେନ୍ଦ୍ର ପ୍ରତାପଗଡ଼ରେ ଆଇଟିଆଇର ଛାତ୍ର ଥିଲେ | ଶନିବାର ଦିନ ସେ ଛୁଟିରେ ଗାଁକୁ ଯାଇଥିଲେ ଏବଂ ସନ୍ଧ୍ୟାରେ ଧିରେନ୍ଦ୍ର ଏକ କୋଠରୀ ବନ୍ଦ କରି ଆତ୍ମହତ୍ୟା କରିଥିଲେ |

ପରିବାର ସଦସ୍ୟ ରାତିରେ ଯେତେବେଳେ କବାଟ ବାଡେଇଥିଲେ, ସେତେବେଳେ ଧିରେନ୍ଦ୍ର ଆଉ କବାଟ ଖୋଲି ନଥିଲେ | ଏହା ପରେ ପରିବାର ସଦସ୍ୟ କବାଟ ଭାଙ୍ଗି ଧିରେନ୍ଦ୍ରଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ | ଗ୍ରାମବାସୀମାନେ ପୁଲିସକୁ ଖବର ଦେବା ପରେ ପୁଲିସ ଆସି ପହଞ୍ଚିଥିଲା | ଆଉ ମୃତ ଛାତ୍ରଙ୍କ ପାଖରୁ ପୁଲିସ ଏକ ଆତ୍ମହତ୍ୟା ନୋଟ ମଧ୍ୟ ଉଦ୍ଧାର କରିଛି |

ଏଥିରେ ସେହି ଗାଁର ହୀରା ସିଂହ ଓ ତାଙ୍କ ଶଳାଙ୍କ ନାମ ଉଲ୍ଲେଖ ରହିଛି | ସେମାନେ ବହୁ ଦିନ ଧରି ମାନସିକ ନିର୍ଯାତନା ଦେଉଥିବାରୁ ଧୀରେନ୍ଦ୍ର ଆତ୍ମହତ୍ୟା କରିଥିବାର ଉଲ୍ଲେଖ କରିଛନ୍ତି | ତେବେ ଆତ୍ମହତ୍ୟା ନୋଟରେ ମୃତ ଛାତ୍ର କାହିଁକି ଏହି ଦୁଇଜଣଙ୍କ ନାମ ଲେଖିଲେ ଓ କେବେଠାରୁ ମାନସିକ ନିର୍ଯାତନାର ଶିକାର ହୋଇଥିଲେ ପୁଲିସ ଏବେ ଅନୁସନ୍ଧାନ କରୁଛି |

ସମ୍ବନ୍ଧିତ ଖବର