ହଷ୍ଟେଲ ୱାର୍ଡେନଙ୍କ ଅତ୍ୟାଚାର ସହି ନ ପାରି ବିଷ ପିଇଲେ ନାବାଳିକା

ଚେନ୍ନାଇ: ହଷ୍ଟେଲ ୱାର୍ଡେନଙ୍କ ଅତ୍ୟାଚାର ସହିପାରିଲେନି ନାବାଳିକା | 10 ଦିନ ତଳେ ସେ ବିଷ ପିଇଥିବାବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି | ତାମିଲନାଡୁର ଥାନଜାଭୁରର ଏକ ହଷ୍ଟେଲରେ ବିଷ ପିଇଥିବା 17 ବର୍ଷର ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଛି। ପ୍ରାୟ 10 ଦିନ ପୂର୍ବରୁ ନାବାଳିକା ଜଣକ ବିଷ ପିଇଦେଇଥିଲେ ଆଉ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ତେବେ ତାଙ୍କର ଆଜି ମୃତ୍ୟୁ ହୋଇଛି |

ଛାତ୍ରୀଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ହଷ୍ଟେଲର ୱାର୍ଡେନ ଛାତ୍ରୀଙ୍କୁ ବାରମ୍ବାର ଘରୋଇ କାମରେ ନିୟୋଜିତ କରୁଥିଲେ | କେବଳ ଘରୋଇ କାମ ନୁହେଁ ବରଂ ହଷ୍ଟେଲ ରୁମକୁ ଜବରଦସ୍ତ ସଫେଇ କରୁଥିଲେ | ଆଉ ହଷ୍ଟେଲ ୱାର୍ଡେନଙ୍କ ଅତ୍ୟାଚାର ସହି ନ ପାରି ସେ ବିଷ ପିଇଦେଇଥିଲେ |

ଥାନଜାଭୁରର ଏସପି କହିଛନ୍ତି ଯେ କହିଛନ୍ତି ଯେ ଥାନଜାଭୁରର ଏକ ବିଦ୍ୟାଳୟରେ ପଢ଼ୁଥିବା 17 ବର୍ଷର ନାବାଳିକାଙ୍କର ମୃତ୍ୟୁ ହୋଇଛି। ସେ କହିଥିଲେ ଯେ 10 ଦିନ ପୂର୍ବରୁ ଜାନୁୟାରୀ 19 ରେ ନାବାଳିକା ଜଣକ ବିଷକୁ ପିଇ ଦେଇଥିଲେ । ୱାର୍ଡେନ, ଛାତ୍ରୀଙ୍କ ଦ୍ୱାରା ହଷ୍ଟେଲ ରୁମ ସଫା କରୁଥିବା ଅଭିଯୋଗ ହୋଇଛି। ସେ କହିଛନ୍ତି ଯେ ପୁଲିସ ଏହି ମାମଲାରେ ଏକ ମାମଲା ରୁଜୁ କରିଛି। ମାମଲାର ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର