ନୂଆଦିଲ୍ଲୀ :କୋଟାରେ ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ନେଉଥିବା ବିହାରର ଜଣେ ୧୮ ବର୍ଷୀୟା ଛାତ୍ରୀ ହଷ୍ଟେଲ ରୁମ୍ରେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ନାମ ସେମ୍ବୁଲ ପ୍ରବୀଣ। କୋଚିଂରେ କମ୍ ନମ୍ବର ରହିବା ଏବଂ ହଷ୍ଟେଲର ଖାଦ୍ୟ ନିମ୍ନମାନର ରହୁଥିବା କାରଣରୁ ଛାତ୍ରୀ ଜଣକ ଚାପରେ ଥିଲେ। ତାଙ୍କ ବାପାମା’ କୋଟା ଯାଇ ଛାତ୍ରୀ ସହିତ ରହିବା ପାଇଁ ଘର ଖୋଜାଖୋଜି କରୁଥିଲେ। ବାପାମା’ ବାହାରକୁ ଯାଇଥିବାବେଳେ ଛାତ୍ରୀଜଣକ ଏଭଳି କାଣ୍ଡ ଭିଆଇଛନ୍ତି। ବାହାରୁ ହଷ୍ଟେଲକୁ ଫେରିବା ସମୟରେ ଆସିବା ପରେ କବାଟ ବନ୍ଦ ଥିଲା। ଛାତ୍ରୀଜଣକ ଘର ଭିତରେ ଝୁଲି ପଡ଼ିଥିଲେ। ତେବେ ପୁଲିସ ଏ ନେଇ କୌଣସି ସୁଇସାଇଡ ନୋଟ୍ ପାଇନାହିଁ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp