ହାଇଦ୍ରାବାଦ୍ : ପରୀକ୍ଷାରେ ଫେଲ୍ ହେବା ଡ଼ରରେ ହାଇଦ୍ରାବାଦ୍ରେ ଥିବା ଓସ୍ମାନିଆ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ଫିଜିକ୍ସ୍ରେ ଏମ୍ଏସ୍ସି କରୁଥିବା ଛାତ୍ର ଜଣଙ୍କ ନିଜ ହଷ୍ଟେଲ ରୁମ୍ରେ ରଶିି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା ଘଟିବା ପରେ ବିଶ୍ୱବିଦ୍ୟାଳୟରେ ଅସନ୍ତୋଷ ଦେଖା ଦେଇଛି । ଚାକିରି ଦେବା ପାଇଁ ବିଳମ୍ବ କରୁଥିବାରୁ ଟିଆର୍ଏସ୍ ସରକାରଙ୍କ ଉପାରେ ରାଗି ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଛନ୍ତି ବୋଲି କହି ବିଶ୍ୱବିଦ୍ୟାଳୟର ଛାତ୍ରଛତ୍ରୀମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି ।
ପୁଲିସର କହିବା ଅନୂଯାୟୀ, ଛାତ୍ରଙ୍କ ନାମ ଇ.ମୁରଲୀ ବୋଲି ଜଣା ପଡ଼ିଥିବା ବେଳେ ରବିବାର ଦିନ ସଂନ୍ଧ୍ୟା ସମୟରେ ହଷ୍ଟେଲ ଓ୍ଵାସ୍ରୁମ୍ରେ ସେ ଆତ୍ମହତ୍ୟ କରିଥିଲେ । ପରୀକ୍ଷାରେ ଫେଲ ହେବା ଡ଼ରରେ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଛିନ୍ତି ବୋଲି ହଷ୍ଟେଲରୁ ମିଳିଥିବା ଏକ ଚିଠିରୁ ଜଣା ପଡ଼ିଛି ।
“ମୁଁ ମୋ ପଢ଼ାକୁ ଜାରି ରଖିବା ପାଇଁ ସମର୍ଥ ନୁହେଁ । ପରୀକ୍ଷା ପାଖରେ ଥିବା ବେଳେ ମୋତେ ଡର ଲାଗୁଚି କି ମୁଁ ଫେଲ୍ ହୋଇଯିବି । ମୁଁ ଫେଲ୍ ହେବାକୁ ଚାହୁଁ ନାହିଁ । ସେଥିପାଇଁ ମୁଁ ଆତ୍ମହତ୍ୟା କରୁଛି । ମୁଁ ମୋ ମୃତ୍ୟୁରେ ବହୁତ ଖୁସି ଅଛି । ମୋତେ କ୍ଷମା କରିଦେବ ମା’! ଗୁଡ଼୍ ବାଏ” ବୋଲି ଲେଖାଯାଇଛି । ଅନ୍ୟ ପକ୍ଷରେ ଛାତ୍ରଛାତ୍ରୀମନେ ହଷ୍ଟେଲ ଆଗରେ ଆନ୍ଦୋଳନ ଜାରି ରଖିବା ସହ ପୁଲିସକୁ ଶବ ବ୍ୟବଚ୍ଛେଦ କରିବା ପାଇଁ ଅନୁମତି ଦେଉ ନାହାନ୍ତି ବୋଲି ଜଣା ପଡ଼ିଛି ।