ବନ୍ଧୁକ ସହ ସେଲ୍ଫି ନେଉଥିବା ବେଳେ ଫୁଟିଲା ଗୁଳି: ଯୁବକ ମୃତ

ଜୟପୁର: ଅଲଗା ଅଲଗା ଶୈଳୀରେ ସେଲ୍ଫି ନେବାକୁ ଯୁବପିଢି ପସନ୍ଦ କରିଥାନ୍ତି। ସେଲ୍ଫି ଯୋଗୁଁ ଜୀବନ ଯାଉଥିବାର ଅନେକ ଖବର ଆମେ ଅନେକ ସମୟରେ ଶୁଣିବାକୁ ପାଇଥାଉ।

ତେବେ, ରାଜସ୍ଥାନର ଧୋଲପୁରରେ ସେଲ୍ଫି ନେଉଥିବା ବେଳେ ଜଣେ କଲେଜ ପଢୁଆ ଯୁବକ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁପରେ ଯୁବକଙ୍କ ପରିବାର ମୃତ ଦେହକୁ କାହାକୁ ନଜଣାଇ ପରିବାର ଲୋକେ ଦାହ କରିବାକୁ ନେଉଥିଲେ। ତେବେ ପୁଲିସକୁ ଘଟଣା ବିଷୟରେ ଖବର ମିଳିବା ପରେ ପୁଲିସ ଶବକୁ ଜବତ କରିଥିଲା।

ପୁଲିସର ତଥ୍ୟ ଅନୁସାରେ, ଧୋଲପୁର ଜିଲ୍ଲାର ଏକ ଗ୍ରାମରେ ରାମବିଳାସ ମିଣାଙ୍କ ୧୯ ବର୍ଷୀୟ ପୁଅ ସଚିନ ମିଣା ରବିବାର ସକାଳେ ସୋରିଷ ଫସଲ କାଟିବାକୁ ଘର ପାଖ ବିଲକୁ ଯାଇଥିଲେ। ସେଠାରୋ ସେ ସେଲ୍ଫି ନେବାକୁ ଚାହିଁଥିଲେ ଓ ବେଆଇନ୍ ଦେଶୀ ବନ୍ଧୁକ ଧରି ସେଲ୍ଫି ନେଉଥିଲେ। ଏହି ସମୟରେ ଫୋନରେ ସେଲ୍ଫି କ୍ଲିକ୍ ହେବା ପରିବର୍ତ୍ତେ ଅନ୍ୟ ହାତରେ ଥିବା ଦେଶୀ ବନ୍ଧୁକରୁ ଗୁଳି ଫୁଟିଥିଲା ଓ ସଚିନଙ୍କ ମୁଣ୍ଡରେ ବାଜିଥିଲା। ଘଟଣାସ୍ଥଳରେ ହିଁ ସଚିନ ଟଳି ପଡିଥିଲେ। ପାଖରେ ଥିବା କିଛିଲୋକ ସଚିନଙ୍କ ପରିବାରରୁ ଏବିଷୟରେ ଜଣାଇଥିଲେ। ଘଟଣାର ତଦନ୍ତ ଚାଲିଛି। ପରିବାର ଲୋକଙ୍କ ଉପସ୍ଥିତିରେ ଶବ ବ୍ୟବଛ୍ଛେଦ କରି ଶବକୁ ପରବାରକୁ ଦିଆଯିବ। ସେଲ୍ଫି ନେଉଥିବା ବେଳେ ଯୁବକଙ୍କ ମୃତ୍ୟୁ ହୋଇଛି ବୋଲି ପବିବାର ଲୋକ କହିଛନ୍ତି। ବେଆଇନ୍ ଅସ୍ତ୍ର କାରବାରକୁ ନେଇ ମଧ୍ୟ ତଦନ୍ତ କରାଯିବ ବୋଲି ପୁଲିସ କହିଛି।

ଡାକ୍ତର ମୃତ ଘୋଷଣା କରିବା ପରେ ପରିବାରବର୍ଗ ପୁଲିସ ଦ୍ଵାରା ତଦନ୍ତ ନକରାଇ ମୃତ ଶରୀରକୁ ଘରକୁ ନେଉଥିଲେ। ଏବିଷୟରେ ପୁଲିସକୁ ଖବର ମିଳିବା ପରେ ପୁଲିସ ରାସ୍ତାରେ ମୃତ ଶରୀର ନିଆଯାଉଥିବା ଗାଡିକୁ ରୋକି ଯୁବକଙ୍କ ମୃତ ଶରୀରକୁ ଜବତ କରିଛି।

ସମ୍ବନ୍ଧିତ ଖବର