ଚେତାବନୀ ସତ୍ତ୍ୱେ ମୁମ୍ବାଇର ଟିଆଇଏସଏସ ଛାତ୍ରଗୋଷ୍ଠୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରିକୁ ସ୍କ୍ରିନିଂ କଲେ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂପର୍କରେ ଏକ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରିର ସର୍ବସାଧାରଣ ସ୍କ୍ରିନିଂ ବିରୋଧରେ ଚେତାବନୀ ସତ୍ତ୍ୱେ ମୁମ୍ବାଇର ଟାଟା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍‌ସ (ଟିଆଇଏସ୍‌ଏସ୍‌)ର ଛାତ୍ରଗୋଷ୍ଠୀ ଏକତ୍ରିତ ହୋଇ ଲାପଟପ୍‌ ଏବଂ ଫୋନ୍‌ରେ ଏହାର ସ୍କ୍ରିନିଂ କରିଛନ୍ତି।

ତେବେ, ଏପରି ନ କରିବାକୁ ଅନୁଷ୍ଠାନ ପକ୍ଷରୁ ଛାତ୍ରୀଗୋଷ୍ଠୀକୁ ପୂର୍ବରୁ ପରାମର୍ଶ ଜାରି କରାଯାଇଥିଲା। ମାତ୍ର ଛାତ୍ରଗୋଷ୍ଠୀ ଏହାକୁ ଭ୍ରୁକ୍ଷେପ କରି ନଥିଲେ। ତେବେ, ଏବେ ନିୟମକୁ ଅମାନ୍ୟ କରି ସ୍କ୍ରିନିଂ କରିଥିବା ଛାତ୍ରଗୋଷ୍ଠୀଙ୍କ ଉପରେ ନିୟମ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କର୍ତ୍ତୃପକ୍ଷ ଚେତାବନୀ ଦେଇଛନ୍ତି।
ସ୍କ୍ରିନିଂ ପୂର୍ବରୁ କ୍ୟାମ୍ପସ ବାହାରେ ବିଜେପିର ଛାତ୍ର ସଂଘ ଏବିଭିପି ଏବଂ ବିଜେଓ୍ଵାଇଏମ, ବିଜେପି ଏବଂ ଆରଏସଏସ ସହିତ ଜଡିତ ଛାତ୍ର ଏବଂ ଯୁବ ଗୋଷ୍ଠୀ ସ୍କ୍ରିନିଂ ଯୋଜନା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ କେତେକଙ୍କୁ ପୁଲିସ ଗଣ ପ୍ରଦର୍ଶନକୁ ଅନୁମତି ଦିଆଯିବ ନାହିଁ ବୋଲି କହିବା ପରେ ସେମାନେ ଛତ୍ରଭଙ୍ଗ ଦେଇଥିଲେ।

ଶାସକ ବିଜେପିର ମୁମ୍ବାଇ ୟୁନିଟ୍‌ ମୁଖ୍ୟ ଆଶିଷ ଶେଲାର ମଧ୍ୟ ଟ୍ଵିଟ୍‌ କରିଥିଲେ: ପୁଲିସ ତୁରନ୍ତ ଏହାକୁ ନିଷେଧ କରିବା ଉଚିତ୍‌। ନଚେ୍‌ତ ଆମେ ଯେଉଁ ଆଭିମୁଖ୍ୟ ଗ୍ରହଣ କରିବାକୁ ଚାହୁଁଛୁ ତାହା ଗ୍ରହଣ କରିବୁ ।
ବିବିସିର ଦୁଇ ଭାଗର ଡକ୍ୟୁମେଣ୍ଟାରି ’ଇଣ୍ଡିଆ: ଦି ମୋଦୀ କ୍ୱେଶ୍ଚିନ୍‌’- ୨୦୦୨ ଗୁଜୁରାଟ ଦଙ୍ଗାକୁ ଅନ୍ତର୍ଭୁକ୍ତ କରି ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପିର କଥିତ ସାମ୍ପ୍ରଦାୟିକ ରାଜନୀତିକୁ ଅପମାନିତ କରିବା ଲକ୍ଷ୍ୟରେ ଏହା ଏକ ପରିକଳ୍ପିତ ପ୍ରଚାର ଖଣ୍ଡ କହି ଏହାର ନିନ୍ଦା କରିଛନ୍ତି। ଜରୁରୀକାଳୀନ କ୍ଷମତା ବ୍ୟବହାର କରି ସରକାର ଭାରତରେ ଏହାକୁ ଟ୍ଵିିଟର ଏବଂ ୟୁଟ୍ୟୁବ୍‌ ପରି ସୋସିଆଲ ମିଡିଆ ପ୍ଲାଟଫର୍ମରୁ ହଟାଇ ଦେଇଛନ୍ତି।
ଟିଆଇଏସଏସ ଷ୍ଟୁଡେଣ୍ଟ ୟୁନିୟନ ନେତା ପ୍ରତୀକ ପର୍ମେ କହିଛନ୍ତି ଯେ ଆସୋସିଏସନ କୌଣସି ସ୍କ୍ରିନିଂ ଯୋଜନା କରିନାହିଁ, କିନ୍ତୁ ପ୍ରୋଗ୍ରେସିଭ୍‌ ଷ୍ଟୁଡେଣ୍ଟସ୍‌ ଫୋରମ୍‌ (ପିଏସ୍‌ ଏଫ୍‌) ନାମକ ଏକ ଗୋଷ୍ଠୀ ଏହାର ଆୟୋଜକ କରିଥିଲା।

ଜାତୀୟ ରାଜଧାନୀର ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଜାମିଆ ମିଲିଆ ଇସଲାମିଆ ଏବଂ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ସମେତ ସମଗ୍ର ଦେଶରେ ସେନ୍‌ସରସିପ୍‌ ଏବଂ ଲୁକ୍କାୟିତ ତଥ୍ୟ ବିରୋଧରେ ଏକ ପ୍ରତିବାଦର ଏକ ଅଂଶ ଭାବରେ ଏହିପରି ସ୍କ୍ରିନିଂ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର