ନୂଆଦିଲ୍ଲୀ : ଆଇଆଇଟିର ଇତିହାସରେ ପ୍ରଥମଥର ପାଇଁ ଛାତ୍ରଛାତ୍ରୀମାନଙ୍କୁ ଜେଇଇ-ଆଡ୍ଭାନ୍ସରେ ତୃତୀୟ ସୁଯୋଗ ଦେବା ପାଇଁ କେନ୍ଦ୍ର ସରକାର ବିଚାରବିମର୍ଷ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଦୁଇଥର ଜେଇଇ ଆଡ୍ଭାନ୍ସରେ ଭାଗ ନେବାର ବ୍ୟବସ୍ଥା ରହିଛି। କୋଭିଡ୍-୧୯ କାରଣରୁ ସରକାର କେବଳ ଗୋଟିଏ ବର୍ଷ ପାଇଁ ତୃତୀୟ ସୁଯୋଗ ଦେବା ପାଇଁ ଏକ ବୈଠକ ଡାକିଛନ୍ତି। ଆସନ୍ତା ୧୩ ତାରିଖରେ ଜଏଣ୍ଟ ଆଡମିସନ ବୋର୍ଡର ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଦେଶର ସମସ୍ତ ୨୩ଟି ଆଇଆଇଟିର ନିର୍ଦ୍ଦେଶକ, କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ, ଆଇଆଇସିଟିର ଏବଂ ଏନ୍ଟିଏର ପ୍ରତିନିଧି ସାମିଲ ହେବେ। ବୈଠକରେ ପ୍ରସ୍ତାବ ପାରିତ ହେଲେ ୨୦୧୨୧ ମସିହାରେ ଛାତ୍ରଛାତ୍ରୀଙ୍କୁ ତୃତୀୟ ସୁଯୋଗ ମିଳିବାର ସମ୍ଭାବନା ରହିଛି।
ଜେଇଇ ଆଡ୍ଭାନ୍ସ ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିପାରେ ତୃତୀୟ ସୁଯୋଗ
/sambad/media/post_attachments/wp-content/uploads/2020/08/jee.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)