ପରୀକ୍ଷାରେ ଆସିଥିବା ଏକ ଶବ୍ଦର ଅର୍ଥ ବୁଝି ନ ପାରିବାରୁ ଅଦାଲତରେ ପହଞ୍ଚିଲେ ୨୬୦୦ ଛାତ୍ରଛାତ୍ରୀ, ନମ୍ବର ନ କାଟିବା ଲାଗି ଆବେଦନ କଲେ

ଅକ୍‌ଲାଣ୍ଡ : ନ୍ୟୁଜ୍‌ଲାଣ୍ଡରେ କରାଯାଇଥିବା ଏକ ପରୀକ୍ଷାରେ ଆସିଥିବା ଶବ୍ଦର ଅର୍ଥ ନ ବୁଝି ପାରିବାରୁ ୨୬୦୦ ଛାତ୍ରଛାତ୍ରୀ ଅଦାଲତ ଯିବା ଘଟଣା ଏବେ ଚର୍ଚ୍ଚାର ପରିସରକୁ ଆସିଛି । ହାଇସ୍କୁଲରେ କରାଯାଉଥିବା ବୋର୍ଡ଼ ପରୀକ୍ଷାରେ ଇତିହାସ ପ୍ରଶ୍ନ ପତ୍ରରେ ‘ଟ୍ରିବୁଆଲ’ ଶବ୍ଦ ଲେଖାଥିବା ଏକ ପ୍ରଶ୍ନ ପଚରାଯାଇଥିଲା । ଯାହାର ଅର୍ଥ ତୁଚ୍ଛ ହୋଇଥିବା ବେଳେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ଏହି ଶବ୍ଦର ଅର୍ଥ ବୁଝି ପାରି ନଥିଲେ । ଫଳରେ ସେମାନେ ସେହି ପ୍ରଶ୍ନର ଉତ୍ତର ଠିକ୍‌ ଭାବରେ ଦେଇ ପାରି ନଥିଲେ । ଏବେ ଏହି ଶବ୍ଦ ପାଇଁ ନମ୍ବର କଟିବା ଡ଼ରରେ ୨୬୦୦ ଛାତ୍ରଛାତ୍ରୀ ଅଦାଲତର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ପ୍ରଶ୍ନରେ ଛାତ୍ରଛାତ୍ରୀମାନଙ୍କୁ ରୋମନ ଶାସକ ଜୁଲିୟସ ସିଜରଙ୍କ ଉପରେ ଲେଖିବା ପାଇଁ କୁହାଯାଇଥିଲା । ପ୍ରଶ୍ନରେ, ଇନ୍‌ ଓ୍ଵାର୍‌,ଇଭେଣ୍ଟସ୍‌ ଅଫ୍‌ ଇମ୍ପୋଟାନ୍ସ ଅଫ୍‌ ଦ ରେଜଲ୍ଟ ଅଫ୍‌ ଟ୍ରିବୁଆଲ ବୋଲି ଥିବା ବେଳେ ପରୀକ୍ଷାର୍ଥୀମାନଙ୍କୁ ଟ୍ରିବୁଆଲର ଅର୍ଥ ବୁଝା ପଡ଼ି ନଥିଲା । ଅର୍ଥ ବୁଝି ନ ପାରିବାରୁ ପରୀକ୍ଷାର୍ଥୀମାନେ ଉତ୍ତର ଠିକ୍‌ ଭାବରେ ଦେଖି ପାରି ନଥିଲେ । ଏବେ ଏ ନେଇ ୨୬୦୦ପରୀକ୍ଷାର୍ଥୀ ନମ୍ବର ନ କାଟିବା ପାଇଁ ଅଦାଲତକୁ ନିବେଦନ କରିଥିବା ବେଳେ ନମ୍ବର କଟାଯିବ ନାହିଁ ବୋଲି ସ୍କୁଲ କର୍ତ୍ତୃପକ୍ଷଙ୍କ ତରଫରୁ କୁହାଯାଇଛି। ଏହା ସହ ଆଗକୁ ପରୀକ୍ଷା ସମୟରେ ଶବ୍ଦକୋଷ ମଧ୍ୟ ଦିଆଯିବ ବୋଲି ସ୍କୁଲ ତରଫରୁ ଘୋଷଣା କରାଯାଇଛି ।

ସମ୍ବନ୍ଧିତ ଖବର