କୋଭାକ୍ସିନ ଓ କୋଭିସିଲ୍ଡର ମିଶ୍ରଣ ଉପରେ ଅଧ୍ୟୟନ କରିବାକୁ ଅନୁମତି ଦେଲା ଡିସିଜିଆଇ

ନୂଆଦିଲ୍ଲୀ: କିଛି ଦିନ ତଳେ ଇଣ୍ଡିଆନ କାଉଁସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) କହିଥିଲା ଯେ, କୋଭାକ୍ସିନ ଓ କୋଭିସିଲ୍ଡର ମିଶ୍ରିତ ଖୋରାକ ସର୍ବାଧିକ ପ୍ରଭାବଶାଳୀ । ଏଭଳି ମିଶ୍ରିତ ଡୋଜ ନେଉଥିବା ଲୋକଙ୍କ ଶରୀରରେ କରୋନା ସଂକ୍ରମଣର ସମ୍ଭାବନା କମ ରହୁଥିବା ବେଳେ ଶରୀରରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ । ଏହାକୁ ନଜରରେ ରଖି କରୋନା ଟିକାକରଣ କାର୍ଯ୍ୟକ୍ରମର ଦୁଇଟି ମୁଖ୍ୟ ଟିକା କୋଭିିସିଲ୍ଡ ଏବଂ କୋଭାକ୍ସିନର ମିଶ୍ରଣକୁ ନେଇ ଅଧ୍ୟୟନ କରିବା ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ(ଡିସିଜିଆଇ) ଅନୁମତି ‌ଦେଇଛନ୍ତି।

ଏହି ଅଧ୍ୟୟନ ଏବଂ ଏହାର କ୍ଲିନିକାଲ୍ ପରୀକ୍ଷା, ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ୍ କଲେଜ ଦ୍ୱାରା ପରିଚାଳିତ ହେବ | କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନର ଏକ ବିଷୟ ବିଶେଷଜ୍ଞ କମିଟି ଜୁଲାଇ ୨୯ରେ ଏହି ଅଧ୍ୟୟନ କରିବାକୁ ପରାମର୍ଶ ଦେଇଥିଲେ | ଆଇସିଏମଆର କରିଥିବା ଅଧ୍ୟନଠାରୁ ଏହି ଅଧ୍ୟୟନ ଭିନ୍ନ ହେବ।

Expert panel recommends trials on mixing Covaxin and Covishield | Business Standard News
Business Standard

ବିଶେଷଜ୍ଞ କାର୍ଯ୍ୟ ସମିତି (ଏସଇସି) କିଛିଦିନ ପୂର୍ବରୁ କୋଭିସିଲ୍ଡ ଓ କୋଭାକ୍ସିନର ମିଶ୍ରିତ ଡୋଜ ସହ ନାକରେ ପକାଯାଉଥିବା ଭାରତ ବାୟୋଟେକର ଟିକା ଉପରେ ଅଧ୍ୟୟନ କରିବାକୁ ମଞ୍ଜୁରୀ ପ୍ରଦାନ କରିଥିଲେ । ଏହି ସମୟରେ ଏସଇସି କହିଥିଲେ କି ଅନେକ ଦେଶ ଏବେ ତା’ର ନାଗରିକମାନଙ୍କୁ ମିଶ୍ରିତ କରୋନା ଟିକା ଦେଉଛି ଓ ତାହାର ପରିଣାମ ଭଲ ରହୁଛି । କୋଭିସିଲ୍ଡ ଓ କୋଭାକ୍ସିନର ମିଶ୍ରିତ ଡୋଜ ଦିଆଯାଇଥିବା ଲୋକଙ୍କଠାରେ କୌଣସି ନକରାତ୍ମକ ପ୍ରଭାବ ଦେଖିବାକୁ ମିଳି ନାହିଁ ।

ସମ୍ବନ୍ଧିତ ଖବର