କେବଳ ଖାଇବା ନୁହେଁ, ଟ୍ରାଫିକ୍‌ ଶବ୍ଦ ବି ବଢ଼ାଏ ଓଜନ ! ଗବେଷଣାରୁ ଜଣାପଡ଼ିଲା ଏହି ଅଜବ ତଥ୍ୟ

ନୂଆଦିଲ୍ଲୀ : ଏବେ ପର୍ଯ୍ୟନ୍ତ ମୋଟାପଣର କାରଣ ଖାଦ୍ୟ ଏବଂ ହରମୋନ୍‌ସ ବୋଲି କୁହାଯାଉଥିଲା । କିନ୍ତୁ କିଛି ଦିନ ତଳେ କରାଯାଇଥିବା ଏକ ଗବେଷଣାରୁ ଏହାର ଆଉ ଏକ କାରଣ ସାମ୍ନାକୁ ଆସିଛି । ଖାଇବା ସହ ଟ୍ରାଫିକ୍‌ରୁ ଆସୁଥିବା ଶବ୍ଦ ମଧ୍ୟ ଓଜନ ବଢ଼ିବାର କାରଣ ବୋଲି ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି । ବାର୍ସେଲୋନା ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଗ୍ଲୋବାଲ ହେଲ୍‌ଥ୍‌ ତରଫରୁ କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ଯେ,ଅଧିକ ସମୟ ଟ୍ରାଫିକ୍‌ରେ ଠିଆ ହେବା ସହ ବିଭିନ୍ନ ଗାଡ଼ିର ଶବ୍ଦ ଶୁଣିବା ଦ୍ୱାରା ମୋଟାପଣ ଭଳି ସମସ୍ୟା ହେବାର ଆଶଙ୍କା ଅଧିକ ବଢ଼ିଥାଏ । ୧୦ ଡ଼େସିବଲ ଶବ୍ଦ ହେଉଥିବା ସ୍ଥାନରେ ରହୁଥିବା ଲୋକମାନଙ୍କ ଶରୀରର ଓଜନ ୧୭ପ୍ରତିଶତ ବୃଦ୍ଧି ପାଇଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି ।

The Economic Times

ଗବେଷଣାର ମୁଖ୍ୟ ମାରିୟା ଫୋରେଷ୍ଟରଙ୍କ କହିବା ଅନୁଯାୟୀ, ଆମେ କରିଥିବା ଗବେଷଣାରୁ ଯେଉଁମାନେ ଟ୍ରାଫିକ୍‌ ଶବ୍ଦକୁ ଅଧିକ ସମୟ ଧରି ଶୁଣିଥାନ୍ତି ବା ଟ୍ରାଫିକ୍‌ରେ ଅଧିକ ସମୟ ଧରି ଠିଆ ହୋଇ ରହିଥାନ୍ତି ସେମାନଙ୍କ ପାଖରେ ଓଜନ ବୃଦ୍ଧିର ସମସ୍ୟା ଦେଖାଯାଇଥାଏ । ଅଧିକ ଶବ୍ଦ ହେତୁ ଲୋକମାନଙ୍କ ମସ୍ତିଷ୍କରେ ଚାପ ବଢ଼ିବା ସହ ଶୋଇବାରେ ମଧ୍ୟ ଅସୁବିଧା ଅନୁଭବ ହୋଇଥାଏ । ଏହାଦ୍ୱାରା ରକ୍ତର ଚାପ ମଧ୍ୟ ବଢ଼ି ଯାଇଥାଏ । ଟ୍ରାଫିକ୍‌ ଶବ୍ଦକୁ ଅଧିକ ସମୟ ଶୁଣିବା ଦ୍ୱାରା ହୃଦ୍‌ରୋଗ ଭଳି ସମସ୍ୟା ମଧ୍ୟ ଦେଖାଯାଇଥାଏ ବୋଲି ଗବେଷଣାରୁ ସ୍ପଷ୍ଟ ହୋଇଛି ।

ସମ୍ବନ୍ଧିତ ଖବର