ୱାଶିଂଟନ୍: ଏଣ୍ଡୋକ୍ରାଇନ୍ ସୋସାଇଟିର ଜର୍ନାଲ୍ ଅଫ୍ କ୍ଲିନିକାଲ୍ ଏଣ୍ଡୋକ୍ରିନୋଲୋଜି ଏବଂ ମେଟାବୋଲିଜିମ୍ରେ କୋଭିଡ୍-୧୯କୁ ନେଇ ପ୍ରକାଶିତ ଏକ ନୂତନ ଅଧ୍ୟୟନର ରିପୋର୍ଟ ଅନୁଯାୟୀ ୮୦ ପ୍ରତିଶତ କୋଭିଡ୍-୧୯ ରୋଗୀଙ୍କର ଭିଟାମିନ୍ ଡି ଅଭାବ ରହିଥିବା ଜଣାପଡ଼ିଛି। ସ୍ପେନର ଏକ ଡାକ୍ତରଖାନାରେ ୨୦୦ କୋଭିଡ୍-୧୯ ରୋଗୀଙ୍କୁ କରାଯାଇଥିବା ଏହି ଗବେଷଣାରେ ୮୦%ରୁ ଅଧିକ କୋଭିଡ୍-୧୯ ରୋଗୀଙ୍କ ନିକଟରେ ଭିଟାମିନ ‘ଡି’ର ଅଭାବ ରହିଥିବା ଦେଖିବାକୁ ମିଳିଥିଲା।
ଭିଟାମିନ୍ ଡି ହେଉଛି କିଡନିରେ ଉତ୍ପାଦନ କରୁଥିବା ଏକ ହରମୋନ୍ ଯାହା ରକ୍ତରେ କ୍ୟାଲସିୟମ୍ ଏକାଗ୍ରତାକୁ ନିୟନ୍ତ୍ରଣ କରିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପକାଇଥାଏ। ବ୍ୟକ୍ତି ଶରୀରରେ ଭିଟାମିନ୍ ‘ଡି’ର ଅଭାବ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟିର ପ୍ରମୁଖ କାରଣ ହୋଇଥାଏ। ତେବେ, ହରମୋନ୍ ବ୍ୟକ୍ତି ଶରୀରର ଅନ୍ୟ ପ୍ରଣାଳୀ ଉପରେ ପ୍ରଭାବ ପକାଇବା ସହ ବ୍ୟକ୍ତି ଶରୀରର ପ୍ରତିରକ୍ଷା ପ୍ରଣାଳୀ ଉପରେ, ବିଶେଷକରି ବ୍ୟକ୍ତି ବିଶେଷକୁ ସଂକ୍ରମଣ ଜନିତ ରୋଗରେ ଆକ୍ରାନ୍ତ ହେବାରୁ ସୁରକ୍ଷା ପ୍ରଦାନ କରିଥାଏ।
ତେଣୁ, ବ୍ୟକ୍ତି ଶରୀରରେ ଭିଟାମିନ୍ ଡି ଅଭାବକୁ ଚିହ୍ନଟ କରିବା ଏବଂ ଏହାର ଚିକିତ୍ସା କରିବା, ବିଶେଷକରି ବୃଦ୍ଧ ଓ ଅନ୍ୟ ଉଚ୍ଚ ବିପଦପୂର୍ଣ୍ଣ ରୋଗରେ ଆକ୍ରାନ୍ତ ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି ସ୍ପେନର ସାଣ୍ଟାଣ୍ଡର ବିଶ୍ୱବିଦ୍ୟାଳୟର ଗବେଷକ ଜୋସ୍ ଏଲ୍ ଫର୍ଣ୍ଣାଡିଜ୍।