ସୁ କିଙ୍କ ସର୍ବୋଚ୍ଚ ସମ୍ମାନ ପ୍ରତ୍ୟାହାର କଲା ଆମନେଷ୍ଟି

ଲଣ୍ଡନ: ମାନବାଧିକାର ସଂଗଠନ ଆମନେଷ୍ଟି ଇଣ୍ଟରନ୍ୟାସନାଲ ମ୍ୟାଁମାର ନେତା ଅଙ୍ଗସାନ୍‌ ସୁ କିଙ୍କ ସର୍ବୋଚ୍ଚ ମାନବାଧିକାର ସମ୍ମାନ ଫେରାଇ ନେଇଛି। ମ୍ୟାଁମାର ସେନା ରୋହିଙ୍ଗ୍ୟା ମୁସ୍‌ଲିମଙ୍କ ପ୍ରତି କରିଥିବା ବର୍ବରୋଚିତ ଅତ୍ୟାଚାର ଏବଂ ଏହି ମାମଲାରେ ସୁ କିଙ୍କ ନିଷ୍କ୍ରିୟ ନୀତି ଯୋଗୁଁ ତାଙ୍କଠାରୁ ସମ୍ମାନ ଫେରାଇ ନିଆଯାଇଛି ବୋଲି ଆମନେଷ୍ଟି କହିଛି। ସୁ କିଙ୍କୁ ୨୦୦୯ରେ ଏହି ସମ୍ମାନ ଦିଆଯାଇଥିଲା, ଯେତେବେଳେ ନିଜ ବାସଭବନରେ ସେ ଗୃହବନ୍ଦୀ ଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ହାତକୁ କ୍ଷମତା ଆସିବା ପରେ ରୋହିଙ୍ଗ୍ୟା ମୁସ୍‌ଲିମଙ୍କ ବିରୋଧରେ ବଡ଼ ଧରଣର ହିଂସା ହୋଇଥିଲା।

ସମ୍ବନ୍ଧିତ ଖବର