ପାନୀପତ: ବାଡ଼ ଯଦି ଫସଲ ଖାଏ, କଥା ଆପଣ ଶୁଣିଥିବେ | ଏବେ ଚୋରି ଅଭିଯୋଗରେ ଜଣେ ପୁଲିସ କର୍ମଚାରୀ ଗିରଫ ହୋଇଥିବା ଘଟଣା ସାମ୍ନାକୁ ଆସିଛି | ପଞ୍ଜାବର ପାନୀପତରେ ଏପରି ଏକ ମାମଲା ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ପୁଲିସ ପେଟ୍ରୋଲିଙ୍ଗ ବାଇକର ଟାୟାର ଚୋରି ହୋଇଯାଇଥିବାର ଅଭିଯୋଗ ହୋଇଥିଲା | ଥାନା ଆଗରେ ପେଟ୍ରୋଲିଙ୍ଗ ଗାଡି ଥିଲେ ବି କେମିତି ଚୋରି ହୋଇଥିଲା ତାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ |
ତେବେ ତଦନ୍ତରୁ ଜଣାପଡିଥିଲା ଯେ ଏହି ଚୋରି ପଛରେ ସବଇନ୍ସପେକ୍ଟର ଫତେ ସିଂଙ୍କର ହାତ ରହିଛି | ପାନୀପତ ଥାନାର ମାଲଖାନା ଗାର୍ଡ ଇନଚାର୍ଜଙ୍କ ଅଭିଯୋଗ ପରେ ଏକ ରିପୋର୍ଟ ପଞ୍ଜୀକରଣ କରିବା ପରେ ସବଇନ୍ସପେକ୍ଟର ଫତେ ସିଂଙ୍କୁ ଜେଲ ପଠାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଥାନାର ମାଲଖାନା ଗାର୍ଡ ଇନ-ଚାର୍ଜ ଫୁଲ କୁମାର କହିଛନ୍ତି ଯେ ମେ ୨୧ ରେ ଥାନା ବାହାରେ ପାର୍କିଂ ହୋଇଥିବା ବୁଲେଟ୍ ବାଇକର ଉଭୟ ଟାୟାର ଚୋରି ହୋଇଥିବା ଜଣାପଡିଥିଲା |
ଅନୁସନ୍ଧାନ ବେଳେ ଏଏସଆଇ ଫତେହ ସିଂ ବୁଲେଟ୍ ବାଇକର ଉଭୟ ଟାୟାର ଚୋରି କରିଥିବା ଜଣାପଡିଥିଲା । ଏହା ପରେ ଉଚ୍ଚ ପଦାଧିକାରୀଙ୍କୁ ଏହି ସୂଚନା ଦିଆଯାଇଥିଲା ଏବଂ ସେମାନଙ୍କ ନିର୍ଦ୍ଦେଶରେ ଏଏସଆଇ ଫତେହ ସିଂଙ୍କ ବିରୋଧରେ ପୁଲିସ ଷ୍ଟେସନ ସେକ୍ଟର -୨୯ରେ ରିପୋର୍ଟ ଦାଖଲ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/Sub-Inspector-Arrested-For-Stealing-Tyre_Thumbnail.jpg)