ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ପାଇଁ ସୁବାସଙ୍କ ଦାବି

କୁର୍ମି ମହନ୍ତକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ ପାଇଁ ମମତାଙ୍କ ଦାବି

ନୂଆଦିଲ୍ଲୀ : ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି କରିବା ପାଇଁ ଆଜି ରାଜ୍ୟସଭାରେ ବିଜେଡି ସାଂସଦ ସୁବାସ ସିଂହ ଦାବି କରିଛନ୍ତି।

ସେ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ଆଗଧାଡ଼ିର ଯୋଦ୍ଧା ସାଜିଥିବା ଅଙ୍ଗନବାଡି ଓ ଆଶା କର୍ମୀମାନଙ୍କ କାର୍ଯ୍ୟ ଓ ଦକ୍ଷତା ତୁଳନାରେ ସେମାନେ ପାଉଥିବା ମାସିକ ପାରିଶ୍ରମିକ ଅତି କମ୍ । ଏହାକୁ ଦୃଷ୍ଟିରେ ରଖି ଅଙ୍ଗନବାଡି କର୍ମୀଙ୍କ ମାସିକ ଦରମା ୧୫ ହଜାର ଟଙ୍କା ଓ ଆଶାକର୍ମୀମାନଙ୍କ ଦରମା ୧୦ ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ ସାଂସଦ ଶ୍ରୀ ସିଂହ ଦାବି କରିଛନ୍ତି।

କୁର୍ମି ମହନ୍ତକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ ପାଇଁ ମମତାଙ୍କ ଦାବି
ନୂଆଦିଲ୍ଲୀ : କୁର୍ମି ମହନ୍ତ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବା ପାଇଁ ଆଜି ବିଜେଡି ସାଂସଦ ମମତା ମହନ୍ତ ରାଜ୍ୟସଭାର ଶୂନ୍ୟ କାଳରେ ଦାବି କରିଛନ୍ତି । ଆଜି ମଧ୍ୟ କୁର୍ମି ମହନ୍ତ ସମ୍ପ୍ରଦାୟ ଓଡ଼ିଶା, ଝାଡ଼ଖଣ୍ଡ,ଆସାମ ଓ ପଶ୍ଚିମବଙ୍ଗରେ ଦାରିଦ୍ରର ସୀମାରେଖା ତଳେ ରହିଛନ୍ତି ତଥା ସେମାନଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାର ସେକହିଥିଲେ। ସରକାରଙ୍କୁ ଶୀଘ୍ର କୁର୍ମି ମହନ୍ତଙ୍କୁ ଅନୁସୂଚିତ ଜନଜାତିର ମର୍ଯ୍ୟାଦା ଦେବା ପାଇଁ ସେ ଦାବି କରିଥିଲେ।

ସମ୍ବନ୍ଧିତ ଖବର