ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୨ ତମ ଜୟନ୍ତୀ ଅବସରରେ ଲାଲ କିଲ୍ଲା ପରିସରରେ ସୁବାଷ ଚନ୍ଦ୍ର ବୋଷ ସଂଗ୍ରହାଳୟ ଉଦ୍ଘାଟନ କରିଛନ୍ତି। ଏହାବାଦ୍ ୟାଦ-ଏ-ଜାଲିୟନ ସଂଗ୍ରହାଳୟ (ଜାଲିଆନାୱାଲା ବାଗ୍ ଏବଂ ପ୍ରଥମ ବିଶ୍ବଯୁଦ୍ଧ), ୧୮୫୭ ସିପାହୀ ବିଦ୍ରୋହ ସଂଗ୍ରହାଳୟ ଏବଂ ଭାରତୀୟ କଳା ଉପରେ ଦୃଶ୍ୟକଳା ସଂଗ୍ରହାଳୟ ଉଦ୍ଘାଟନ କରିଛନ୍ତି। ସୁଭାଷ ଚନ୍ଦ୍ର ବୋଷ ସଂଗ୍ରହାଳୟରେ ନେତାଜୀଙ୍କ ଜୀବନୀ ଏବଂ କଳାକୃତି ଉପରେ ପ୍ରଦର୍ଶନ କରାଯାଇଛି। ଅନ୍ୟପକ୍ଷେ ଆଜି ନେତାଜୀଙ୍କ ପରିବାର ପକ୍ଷରୁ ନେତାଜୀଙ୍କ ଦ୍ବାରା ବ୍ୟବହୃତ ଏକ ଟୋପି ମୋଦୀଙ୍କୁ ଉପହାର ସ୍ବରୂପ ଦିଆଯାଇଛି। ଏନେଇ ମୋଦୀ ନେତାଜୀଙ୍କ ପରିବାର ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଏହି ଟୋପି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସଂଗ୍ରହାଳୟରେ ମୂଲ୍ୟବାନ୍ ବିବେଚିତ ହେବ ବୋଲି କହିଛନ୍ତି। ଆଜି ଲାଲ୍ କିଲ୍ଲାରେ ସ୍ବାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ଉଦ୍ଘାଟନ ହୋଇଥିବା ସଂଗ୍ରହାଳୟ ଗୁଡ଼ିକର ନାମ ରହିଛି କ୍ରାନ୍ତି ମନ୍ଦିର। ତେବେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଦିବସକୁ ଜାତୀୟ ଛୁଟି ଘୋଷଣା କରାଯାଇ ନଥିବାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ମୋଦୀଙ୍କ ଉପରେ ବର୍ଷିଛନ୍ତି।
ସୁଭାଷ ଚନ୍ଦ୍ର ବୋଷ ସଂଗ୍ରହାଳୟ, ଉଦ୍ଘାଟନ କଲେ ମୋଦୀ
/sambad/media/post_attachments/wp-content/uploads/2019/01/H2019012362083.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)