ଦିଲ୍ଲୀ କଂଗ୍ରେସ ସଭାପତି ନିଯୁକ୍ତ ହେଲେ ସୁଭ‌ାଷ ଚୋପ୍ରା

ନୂଆଦିଲ୍ଲୀ : ସୁଭାଷ ଚୋପ୍ରା ଆଜି ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟି (ଡିପିସିସି)ର ସଭାପତି ନିଯୁକ୍ତ ହୋଇଛନ୍ତି। ପୂର୍ବତନ ବିଜେପି ସାଂସଦ କୀର୍ତ୍ତି ଆଜାଦ ଦିଲ୍ଲୀ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। କଂଗ୍ରେସ ଅଧ୍ୟକ୍ଷଙ୍କ ଦ୍ବାରା ସୁଭାଷ ଚୋପ୍ରାଙ୍କୁ ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିଯୁକ୍ତି ନେଇ ଆନୁଷ୍ଠାନିକ ଘୋଷଣା ହୋଇଛି। ୩ ଥର ବିଧାୟକ ହୋଇଥିବା‌ ସୁଭାଷ ପୂର୍ବରୁ ଦିଲ୍ଲୀ ବିଧା‌ନସଭା ବାଚସ୍ପତି ମଧ୍ୟ ଥିଲେ। ଆସନ୍ତା ବର୍ଷ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ତାଙ୍କୁ ଏହି ଗୁରୁ ଦା‌ୟିତ୍ବ ଦିଆଯାଇଛି।

ସମ୍ବନ୍ଧିତ ଖବର