ଭିଜିଲାନ୍ସ ବିଭାଗର ରିପୋର୍ଟ ଦାଖଲ: କେଜ୍ରିୱାଲଙ୍କ ଘର ନବୀକରଣରେ ୫୩ କୋଟି ଖର୍ଚ୍ଚ ହୋଇଛି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ନବୀକରଣ କାର୍ଯ୍ୟ ପାଇଁ ମୋଟ୍‌ ୫୨.୭୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଦିଲ୍ଲୀ ସରକାରଙ୍କ ଭିଜିଲାନ୍ସ ବିଭାଗ ଦ୍ବାରା ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ନିକଟରେ ଆଜି ଏନେଇ ଏକ ରିପୋର୍ଟ ଦାଖଲ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଘର ନିର୍ମାଣ କାର୍ଯ୍ୟରେ ୩୩.୪୯ କୋଟି ଖର୍ଚ୍ଚ ହୋଇଛି ଏବଂ କ୍ୟାମ୍ପ ଅଫିସ୍‌ ପାଇଁ ୧୯.୨୨ କୋଟି ଖର୍ଚ୍ଚ ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି। ପୂର୍ତ୍ତ ବିଭାଗର ରେକର୍ଡ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ପୂର୍ବତନ ପୂର୍ତ୍ତ ମନ୍ତ୍ରୀ ୨୦୨୦ ମାର୍ଚ୍ଚରେ କେଜ୍ରିୱାଲଙ୍କ ବାସଭବନ ନବୀକରଣ ପାଇଁ ପ୍ରସ୍ତାବ ଦେଇଥିଲେ ବୋଲି ରିପୋର୍ଟରେ କୁହାଯାଇଛି । ତେବେ ଏହି ରିପୋର୍ଟ ଦାଖଲ ପରେ ଆପ୍‌ ବିଜେପି ଉପରେ ପ୍ରବଳ ବର୍ଷିଛି। ଆପ୍‌ କହିଛି ବିଜେପି କେଜ୍ରିୱାଲଙ୍କୁ ଗତ ୯ ବର୍ଷ ଧରି ଅପମାନ କରି ଆସିଛି।

ସମ୍ବନ୍ଧିତ ଖବର