ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର କହିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାଗରିକତ୍ୱ ନେଇ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀଙ୍କ ଦ୍ବାରା କରାଯାଇଥିବା ଆବେଦନକୁ ଏକ ଜନସ୍ୱାର୍ଥ ମାମଲା ଭାବରେ ବିବେଚନା କରାଯିବ।

Advertisment

ସୁବ୍ରମଣ୍ୟମ ସ୍ବାମୀ ୧୬ ଅଗଷ୍ଟ ଶୁକ୍ରବାର ଦିନ ଦିଲ୍ଲୀ ହାଇକୋର୍ଟଙ୍କୁ ଗୃହ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଜାରି କରି ରାହୁଲଙ୍କ ଭାରତୀୟ ନାଗରିକତ୍ୱ ବାତିଲ କରିବାକୁ ଆବେଦନ କରିଥିଲେ। ରାହୁଲଙ୍କ ପ୍ରତିନିଧିତ୍ୱ ଉପରେ ନିଷ୍ପତ୍ତି ନେବାକୁ ସେ କହିଥିଲେ।

ସ୍ବାମୀଙ୍କ ଦ୍ବାରା ହାଇକୋର୍ଟରେ ଦାଖଲ କରି ଯାଇଥିବା ଆବେଦନ ନେଇ ଲୋକସଭାରେ ବିରୋଧୀ ଦଳର ନେତା ଗାନ୍ଧୀଙ୍କ ପ୍ରତିନିଧିତ୍ୱ ସମ୍ପର୍କରେ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ଗୃହ ମନ୍ତ୍ରଣାଳୟକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମଙ୍ଗଳବାର ଦିନ କୋର୍ଟ ସ୍ବାମୀଙ୍କୁ ପଚାରିଥିଲେ ଯେ ଏହି ମାମଲାରେ ତାଙ୍କର କେଉଁ ଆଇନଗତ ଅନୁମତି ରହିଛି? ଜଷ୍ଟିସ ସଞ୍ଜୀବ ନରୁଲା କହିଛନ୍ତି ଯେ ଯଦି କୌଣସି ଅଧିକାର ଅଛି ତେବେ ଏହାକୁ କେବଳ ଜନସାଧାରଣଙ୍କ ସ୍ୱାର୍ଥ ଭାବରେ ବିବେଚନା କରାଯାଇପାରିବ ଏବଂ ଆଉ କିଛି ନୁହେଁ।

ଜଜ୍ କହିଛନ୍ତି, ସ୍ବାମୀଙ୍କ ପାଇଁ ମୁଁ କୌଣସି ଆଇନଗତ ଗ୍ରହଣୀୟ ଅନୁମତିପ୍ରାପ୍ତ ଅଧିକାରୀ ପାଇଲି ନାହିଁ ଯାହା ଏହି ମାମଲାରେ ପ୍ରଯୁଜ୍ୟ। ନିଜକୁ କୋର୍ଟରେ ହାଜର କରିଥିବା ସ୍ବାମୀ କହିଛନ୍ତି ଯଦି ହାଇକୋର୍ଟ ଅନୁଭବ କରୁଛନ୍ତି ଯେ ଏହି ଆବେଦନକୁ ଜନସ୍ବାର୍ଥ ମାମଲା(ପି୍ରାଇଏଲ)ଭାବରେ ଶୁଣାଣି କରାଯିବା ଉଚିତ, ତେବେ କୋର୍ଟ ଏହାକୁ ବେଞ୍ଚ ଶୁଣାଣିକୁ ପଠାଇବେ।

ସେ କହିଛନ୍ତି, ଏହା ଭାରତ ସରକାରଙ୍କ ସହ ଜଡିତ ଏକ ପ୍ରସଙ୍ଗ। ବ୍ୟକ୍ତିଗତ ଲାଭ ପାଇଁ ମୁଁ ଏହା କରୁନାହିଁ | ସ୍ୱାମୀ କହିଛନ୍ତି ଯେ ଗୃହ ମନ୍ତ୍ରଣାଳୟକୁ ତାଙ୍କ ଦ୍ୱାରା ପଠାଯାଇଥିବା ଅଭିଯୋଗକୁ ଗ୍ରହଣ କରାଯାଇଛି ଏବଂ ରାହୁଲ ଗାନ୍ଧୀଙ୍କୁ ଏହାର ଜବାବ ଦେବାକୁ କୁହାଯାଇଛି। ତେବେ ସେବେଠାରୁ ଏ ବାବଦରେ କୌଣସି ଅଗ୍ରଗତି ହୋଇନାହିଁ କିମ୍ବା ତାଙ୍କୁ କୌଣସି ସୂଚନା ଦିଆଯାଇ ନାହିଁ ବୋଲି ସେ କହିଛନ୍ତି।