ରାମ ମନ୍ଦିର ନିର୍ମାଣକୁ ବିରୋଧ କଲେ ମୋଦି ଓ ଯୋଗୀ ସରକାରକୁ ଭାଙ୍ଗିଦେବି ବୋଲି ଚେତାବନୀ ଦେଲେ ସୁବ୍ରମଣ୍ୟମ୍ ସ୍ୱାମୀ

ନୂଅାଦିଲ୍ଲୀ: ରାମ ମନ୍ଦିର ନିର୍ମାଣ ନେଇ ତେଜିଛି ରାଜନୀତି । ବିଜେପି ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ରାମ ମନ୍ଦିର ନିର୍ମାଣ ନେଇ ମୋଦି ଓ ଯୋଗୀ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଯଦି ରାମ ମନ୍ଦିର ନିର୍ମାଣକୁ ସରକାର ବିରୋଧ କରନ୍ତି ତେବେ ଏହି ସରକାରକୁ ଭାଙ୍ଗିଦେବେ ବୋଲି କହିଛନ୍ତି ସୁବ୍ରମଣ୍ୟମ । ବର୍ତ୍ତମାନ ପରିସ୍ଥିତିରେ ସୁବ୍ରମଣ୍ୟମଙ୍କ ଏଭଳି ବୟାନ ଏବେ ରାଜନୈତିକ ଉଷ୍ମତା ବଢାଇଛି ।

ଦିଲ୍ଲୀର  ଜେଏନୟୁରେ ହେଉଥିବା କାର୍ଯ୍ୟକ୍ରମରେ ଯୋଗ ଦେଇ ସୁବ୍ରମଣ୍ୟମ କହିଛନ୍ତି, ଆଗାମୀ ଜାନୁଆରୀରେ ରାମ ମନ୍ଦିର ନିର୍ମାଣ ନେଇ ଶୁଣାଣି ହେବ। ଆଉ ଏହାକୁ ଆମେ ଦୁଇ ସପ୍ତାହରେ ହିଁ ଜିତିଯିବୁ । କାରଣ କେନ୍ଦ୍ରରେ ମୋଦି ସରକାର ଓ ରାଜ୍ୟରେ ଯୋଗୀ ସରକାର ଥିବାରୁ ରାମ ମନ୍ଦିର ନିର୍ମାଣ ନେଇ ବିଶେଷ ଅସୁବିଧା ହେବ ନାହିଁ । କିନ୍ତୁ ଯଦି ସେମାନେ ରାମ ମନ୍ଦିର ନିର୍ମାଣକୁ ବିରୋଧ କରନ୍ତି ତେବେ ମୁଁ ତାଙ୍କ ସରକାର ଭାଙ୍ଗିଦେବି । କିନ୍ତୁ ସରକାର ଏଭଳି କରିବେନି ବୋଲି ମୋର ଆଶା ।

Scroll.in

ଏହାପୂର୍ବରୁ ରାମ ମନ୍ଦିର ନିର୍ମାଣ ନେଇ ବିଏଚପି ପକ୍ଷରୁ ସନ୍ଥ  ମହାସଭାର ଆୟୋଜନ କରାଯାଇଥିଲା । ଯେଉଁଥିରେ ହଜାର ହଜାର ସଂଖ୍ୟାରେ ସାଧୁସନ୍ଥ ଯୋଗ ଦେଇଥିଲେ । ସେତେବେଳେ ବିଏଚପି ସଚିବ ଚମ୍ପତ ରାୟ କହିଥିଲେ, ରାମ ମନ୍ଦିର ନିର୍ମାଣ ପାଇଁ ଆମକୁ ପୂରା ଜମି ଦରକାର । ଏହି ଜମିକୁ ଭାଗ କରିବା ଫର୍ମୁଲା ମଞ୍ଜୁର ନୁହେଁ ବୋଲି ରୋକଠୋକ ଶୁଣାଇଥିଲେ । ଏପରିକି ବିଏଚପି ଏହି ଜମିରେ ନମାଜ ପାଠ କରିବାକୁ ଦେବ ନାହିଁ ବୋଲି ସେ କହିଥିଲେ ।

ସମ୍ବନ୍ଧିତ ଖବର